ETV Bharat / state

ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ, ପୌରପରିଷଦ ବ୍ୟବହାର ମୂଲ୍ୟ ଦେଉନଥିବା ଅଭିଯୋଗ - ବାବା ସୁବର୍ଣ୍ଣମେରୁ

ସୁବର୍ଣ୍ଣପୁର ସହରର ଉପକଣ୍ଠରେ ଥିବା ବାବା ସୁବର୍ଣ୍ଣମେରୁଙ୍କ ଜମିରେ ସ୍ମାର୍ଟ ପାର୍କ ନିର୍ମାଣ ହୋଇଛି । ଏଥିରୁ ଶୁଳ୍କ ଆଦାୟ ହେଉଥିଲେ ମଧ୍ୟ ପୌରପରିଷଦ ବ୍ୟବହାର ମୂଲ୍ୟ ଦେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ, ପୌରପରିଷଦ ବ୍ୟବହାର ମୂଲ୍ୟ ଦେଉନଥିବା ଅଭିଯୋଗ

author img

By

Published : Aug 25, 2022, 1:38 PM IST

ସୁବର୍ଣ୍ଣପୁର: ସହର ଉପକଣ୍ଠରେ ଥିବା ବାବା ସୁବର୍ଣ୍ଣମେରୁଙ୍କ ପ୍ରାୟ ୫ ଏକରରୁ ଅଧିକ ପରିମିତ ସ୍ଥାନରେ ସ୍ମାର୍ଟ ପାର୍କ ନିର୍ମାଣ (Smart Park made on Subarnameru Land) କରାଯାଇଛି । ଏହି ପାର୍କକୁ ସଦର ପୌର ପରିଷଦ ପରିଚାଳନା କରୁଥିବାବେଳେ, ପାର୍କ ପ୍ରବେଶ ଶୁଳ୍କ ମଧ୍ୟ ଆଦାୟ କରୁଛି । ମାତ୍ର ପାର୍କ ବ୍ୟବହାର ବାବଦ ମୂଲ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା BJP ସଭାପତି ପ୍ରମୋଦ ମହାପାତ୍ର ।

ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ, ପୌରପରିଷଦ ବ୍ୟବହାର ମୂଲ୍ୟ ଦେଉନଥିବା ଅଭିଯୋଗ

ବାବା ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ କରାଯାଇଥିଲେ ବି ବାବାଙ୍କ ମନ୍ଦିର ପରିଚାଳନା ଓ ଭିତ୍ତିଭୂମିର ବିକାଶ ପାଇଁ ପୌର ପରିଷଦ ତଥା ଦେବୋତ୍ତର ବିଭାଗ କୌଣସି ଆର୍ଥିକ ସହାୟତା ବା ଜମି ବ୍ୟବହାର ବାବଦ ମୂଲ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ସୁବର୍ଣ୍ଣମେରୁଙ୍କ ଜମିର ଏହି ବେଆଇନ ବ୍ୟବହାର ଯୋଗୁଁ ବାବା ସୁବର୍ଣ୍ଣମେରୁକୁ ମାସକୁ ୫୦ ହଜାର ଟଙ୍କା ମନ୍ଦିର ପରିଚାଳନା ଓ ଭିତ୍ତିଭୂମିର ବିକାଶ ପାଇଁ ଦେବୋତ୍ତର ବିଭାଗ ପ୍ରଦାନ କରିବାକୁ ନ୍ୟାୟାଳୟର ନିର୍ଦ୍ଦେଶ ରହିଛି ।

ଏହା ବି ପଢନ୍ତୁ- ବସଷ୍ଟାଣ୍ଡ ସ୍ଥାନାନ୍ତର ନକରିବା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ

ହେଲେ ବାବାଙ୍କ ମନ୍ଦିରର ଦୈନନ୍ଦିନ ପୂଜାସେବା, ଯାନିଯାତ୍ରା ଓ ପର୍ବପର୍ବାଣି ତଥା ମନ୍ଦିରର ରକ୍ଷଣାବେକ୍ଷଣ, ଯାତ୍ରୀ ତଥା ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଥିଲେ ମଧ୍ୟ ଦେବୋତ୍ତର ବିଭାଗ ବାବାଙ୍କ ଭୂସଂପତ୍ତି ବ୍ୟବହାରରୁ ଆଦାୟ ହେଉଥିବା ଅର୍ଥରୁ ଗୋଟିଏ ହେଲେ ଟଙ୍କା ଦେଉ ନ ଥିବା ଅଭିଯୋଗ ହୋଇଛି ।

ଏ ନେଇ ପ୍ରମୋଦ କହିଛନ୍ତି, "ସରକାର ଯଦି ରେଲୱେ କରୁଛନ୍ତି କିମ୍ବା ଯେକୌଣସି କାମ କରୁଛନ୍ତି, ଏଥିରେ ଲୋକଙ୍କ ଜମି ଗଲେ ସରକାର କ୍ଷତିପୂରଣ ଦେଉଛନ୍ତି । ପୁରା ଭାରତରେ ଏ ନେଇ ଏକ ପ୍ରାବଧାନ ରହିଛି । ଏହି ସ୍ମାର୍ଟ ପାର୍କ ଯେହେତୁ ବାବା ସୁବର୍ଣ୍ଣମେରୁଙ୍କ ଜମିରେ ହୋଇଛି, ତେବେ ମନ୍ଦିର ପ୍ରଶାସନକୁ ଏହି ପାର୍କରୁ ଆସୁଥିବା ଅର୍ଥ ଦିଆଯିବା ଆବଶ୍ୟକ । ଏ ନେଇ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଅର୍ଥ ଦେବାକୁ । ଏହି ଅର୍ଥ ବାବାଙ୍କ ନାମରେ ରହିଲେ ମନ୍ଦିରର ବିକାଶ ହେବ । ମାତ୍ର ସେହି ଅର୍ଥ ମନ୍ଦିର ପ୍ରଶାସନକୁ ଦିଆଯାଉନାହିଁ ।"

ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ଦେବୋତ୍ତର ବିଭାଗର ଏପରି କାର୍ଯ୍ୟକଳାପ ଉପରେ ବିରୋଧର ସ୍ବର ଶାଣିତ କରିବା ସହିତ ପୁଣି ଅଦାଲତ ଅବମାନନା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.