ETV Bharat / state

ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ

author img

By

Published : Dec 15, 2022, 7:06 PM IST

ସୁବର୍ଣ୍ଣପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ । ଭଙ୍ଗା ଚାଲିଛି ବେଆଇନ ଘର । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଆରମ୍ଭ ହୋଇଛି ଜବରଦଖଲ ଅଭିଯାନ । ଅଧିକ ପଢ଼ନ୍ତୁ

ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଜବରଦଖଲ ଅଭିଯାନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ । ଭଙ୍ଗା ଚାଲିଛି ବେଆଇନ ଘର । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ସଦର ତହସିଲ ଓ ପୌରପରିଷଦ ପକ୍ଷରୁ ସରକାରୀ ମୂଲ୍ୟବାନ ଜମି ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରାଯାଉଛି । ସହରର ପଟାଭାଡ଼ିର ଠାକୁରାଣୀ ପଡାର 13 ଗୋଟି ପରିବାରକୁ ଉଚ୍ଛେଦ କରାଯାଇଛି ।

ସଦର ତହସିଲଦାର ନବୀନ କୁମାର ପାଢୀଙ୍କ ନେତୃତ୍ୱରେ ରାଜସ୍ବ ବିଭାଗର କର୍ମଚାରୀ ଓ ସଦର ପୌରପରିଷଦର କର୍ମଚାରୀ ମିଳିତ ଭାବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେବେ ଏହି ଜବରଦଖଲକାରୀଙ୍କୁ ପୂର୍ବରୁ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜମିକୁ ଖାଲି କରିବା ପାଇଁ ନୋଟିସ ପ୍ରଦାନ କରାଯାଇଥିଲା । ଜବରଦଖଲକାରୀ ରାଜସ୍ବ ବିଭାଗକୁ ସରକାରୀ ଜମି ଖାଲି କରିବା ପାଇଁ କିଛି ଦିନ ସମୟ ମାଗିଥିଲେ । ରାଜସ୍ବ ବିଭାଗ ବି ଜବରଦଖଲକାରୀଙ୍କୁ ସମୟ ପ୍ରଦାନ କରିଥିଲେ ।

ହେଲେ ଜବରଦଖଲକାରୀ ନିର୍ଦ୍ଧାରିତ ସମୟ ଭିତରେ ଖାଲି ନକରିବାରୁ ଆଜି ପୋଲିସର ଉପସ୍ଥିତିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି । ସେହିପରେ ସହରର ଲୁଲୁ ପଡ଼ିଆର ଅପରପାର୍ଶ୍ୱରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି । ସେ ଗୁଡିକ ବି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ତହସିଲଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.