ETV Bharat / state

ସୁବର୍ଣ୍ଣପୁର ବିଜେପିର ଅଭିଯୋଗ, ଓବିସି ବର୍ଗଙ୍କୁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଉଛି - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ଜିଲ୍ଲା ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ଯୋଗ ଦେଇ ନାରାବାଜି ଦେଇଛନ୍ତି । ଅଧିକ ପଢନ୍ତୁ

'ଓବିସି ବର୍ଗଙ୍କୁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଉଛି'

author img

By

Published : Jan 7, 2022, 7:33 AM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ଯୋଗ ଦେଇ ନାରାବାଜି ଦେଇଛନ୍ତି । ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛି ବିଜେପି ।

'ଓବିସି ବର୍ଗଙ୍କୁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଉଛି'

ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଯାହାକୁ ବିରୋଧ କରି ବିକ୍ଷୋଭ କରିଛି ବିଜେପି । ସଂରକ୍ଷଣ ତାଲିକାରେ ଓବିସି ବର୍ଗଙ୍କୁ ବାଦ ଦିଆଯାଇଛି ଫଳରେ ଓବିସି ବର୍ଗ ତାଙ୍କ ମୌଳିକ ଓ ରାଜନୈତିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପଞ୍ଚାୟତ ବିଭାଗ ମନମୁଖୀ ସ୍ଥାନ ସଂରକ୍ଷଣ କରିଥିବା ବେଳେ ଜିଲ୍ଲାପାଳ ଏହି ମନୋମୁଖୀ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି ।

ସ୍ଥାନ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶନ କରିବା ପୂର୍ବରୁ ବିଜେପି ପକ୍ଷରୁ ଯାହା ବି ଅଭିଯୋଗ କରାଯାଇଥିଲା ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଜିଲ୍ଲା ବିଜେପିର ଅଭିଯୋଗ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି କହିଛି । ଓବିସି ବର୍ଗଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.