ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କଟକଣା: ଅପରାହ୍ନ 4ଟାରେ ବଜ଼ାର ବନ୍ଦ

କୋଭିଡ19 ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢି ବଢି ଚାଲିଛି । ସୋମବାରରୁ ଶୁକ୍ରବାର ଯାଏଁ ସକାଳ 7ଟାରୁ ଅପରାହ୍ନ 4ଟା ଯାଏଁ ଜୀବନ ଯାତ୍ରା ସ୍ବାଭାବିକ ରହୁଥିବା ବେଳେ ଅପରାହ୍ନ 4ଟାରୁ ପରଦିନ ସକାଳ 7ଟା ଯାଏଁ ଲକ ଡାଉନ ଲାଗି ରହୁଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କଟକଣା ଅପରାହ୍ନ 4ଟାରେ ବଜ଼ାର ବନ୍ଦ

author img

By

Published : Jul 25, 2020, 3:59 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋଭିଡ19 ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢି ବଢି ଚାଲିଛି । ମହାମାରୀକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପ୍ରଶାସନର କଟକଣା ଅପରାହ୍ନ 4ଟାରେ ବଜ଼ାର ବନ୍ଦ କରିଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କଟକଣା ଅପରାହ୍ନ 4ଟାରେ ବଜ଼ାର ବନ୍ଦ

ସୁବର୍ଣ୍ଣପୁର ଜିଲ୍ଲାରେ ସୋମବାରରୁ ଶୁକ୍ରବାର ଯାଏଁ ସକାଳ 7ଟାରୁ ଅପରାହ୍ନ 4ଟା ଯାଏଁ ଜୀବନ ଯାତ୍ରା ସ୍ବାଭାବିକ ରହୁଥିବା ବେଳେ ଅପରାହ୍ନ 4ଟାରୁ ପରଦିନ ସକାଳ 7ଟା ଯାଏଁ ଲକ ଡାଉନ ଲାଗି ରହୁଛି । ଜୁଲାଇ ମାସର ପ୍ରତିଟି ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ପାଇଁ ସଟ ଡାଉନ କରାଯାଉଛି । ତେବେ ସୁବର୍ଣ୍ଣପୁର ସହରରେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ମାଣିକେଶ୍ବରୀ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହିତ ଏହି ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜିଲ୍ଲାପାଳ ମନୀଷା ବାନର୍ଜୀ ପାଞ୍ଚ ଜଣ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 74 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଥିବା ବେଳେ 25 ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଯାଉଥିବାରୁ ଜନସାଧାରଣଙ୍କ ଭିତରେ ଭୟ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.