ETV Bharat / state

କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଶ୍ରେଣୀ ବର୍ଜନ - COLLEGE

କଲେଜ ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ଛାତ୍ରଛାତ୍ରୀଙ୍କ ବିରୋଧ। ସୁବର୍ଣ୍ଣପୁର ଜିଲ୍ଲା ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଶ୍ରେଣୀ ବର୍ଜନ କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Mar 20, 2019, 12:14 PM IST

ସୁବର୍ଣ୍ଣପୁର: କଲେଜ ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ଛାତ୍ରଛାତ୍ରୀଙ୍କ ବିରୋଧ। ସୁବର୍ଣ୍ଣପୁର ଜିଲ୍ଲା ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଶ୍ରେଣୀ ବର୍ଜନ କରିବା ସହିତ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ବିଭାଗର ଖାମଖିଆଲି ମନୋଭାବ ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି। ଠିକ୍ ସମୟରେ ଡିଗ୍ରୀ ବର୍ଷର ପରୀକ୍ଷା ନହେବା, ସେମିଷ୍ଟାର ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ମାସ ଓ ତାରିଖ ଘୋଷଣା ନକରିବା ତଥା ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ କରୁ ନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ତିନି ଚାରୋଟି ସେମିଷ୍ଟାର ପରୀକ୍ଷା ଦେବା ପରେ ମଧ୍ୟ ପ୍ରଥମ ସେମିଷ୍ଟାରର ପରୀକ୍ଷାଫଳ ପ୍ରକାଶ ପାଇନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବର୍ଷର ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରିବା ସହ ନିୟମିତ ଭାବେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ଦାବି କରାଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଅନେକବାର କୂଳପତିଙ୍କୁ ଜଣାଇଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.