ETV Bharat / state

ସରିଛି ରାଜତନ୍ତ୍ର, ଆସିଛି ଗଣତନ୍ତ୍ର: ସଂଗ୍ରାମୀଙ୍କୁ ଭୁଲି ଯାଇଛନ୍ତି ସରକାର - shows apathy towards freedom fighter

ପ୍ରଜାମଣ୍ଡଳ ଆନ୍ଦୋଳନର ଏନ୍ତୁଡିଶାଳ ଭାବେ ଜଣାଶୁଣା ସୁବର୍ଣ୍ଣପୁର ଜିଲ୍ଲାର କଳାପଥର ଗାଁ । ରାମପୁରର ଭୀମସେନ ଭୋଇଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାରା ଗଡଜାତରେ ବ୍ୟାପି ଯାଇଥିଲା। ହେଲେ ଏବେ କଣ ରହିଛି ସ୍ଥିତି କଣ କହୁଛନ୍ତି ସଂଗ୍ରାମୀଙ୍କ ପରିବାର ପଢନ୍ତୁ ସଂପୂର୍ଣ୍ଣ ଖବର...

PHOTO
fighter yet to get recognition
author img

By

Published : Jan 29, 2020, 12:01 AM IST

ସୁବର୍ଣ୍ଣପୁର: ସେଦିନ ଥିଲା ରାଜତନ୍ତ୍ର। ଗଡଜାତ ଶାସକମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଥିଲେ ପ୍ରଜାମାନେ। ଗାନ୍ଧୀଜୀଙ୍କ ଡାକରାରେ ଆରମ୍ଭ ହୋଇଥିଲା ଭାରତ ଛାଡ ଆନ୍ଦୋଳନ। ଆଉ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପ୍ରଭାବିତ ହୋଇ ସୋନପୁର ଗଡଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଆଜିର ସୁବର୍ଣ୍ଣପୁର ଜିଲ୍ଲାର କଳାପଥର ଗାଁ ପ୍ରଜାମଣ୍ଡଳ ଆନ୍ଦୋଳନର ଏନ୍ତୁଡିଶାଳ ଭାବେ ଜନ୍ମ ଦେଇଥିଲା ଏହି ଆନ୍ଦୋଳନକୁ। ରାମପୁରର ଭୀମସେନ ଭୋଇଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାରା ଗଡଜାତରେ ବ୍ୟାପି ଯାଇଥିଲା।

ସରିଛି ରାଜତନ୍ତ୍ର, ଆସିଛି ଗଣତନ୍ତ୍ର: ସଂଗ୍ରାମୀଙ୍କୁ ଭୁଲି ଯାଇଛନ୍ତି ସରକାର

ସୋନପୁର ଗଡଜାତର ପ୍ରଜାମଣ୍ଡଳ ଆନ୍ଦୋଳନ। ରାଜତନ୍ତ୍ର ବିରୁଦ୍ଧରେ ଗଡଜାତର କଳାପଥର ଗାଁରୁ ଆରମ୍ଭ ହୋଇଥିଲା ପ୍ରଜାମେଳି। ଆନ୍ଦୋଳନ , ଆକ୍ରୋଶ ପରେ ବନ୍ଦୀ ହୋଇ ସ୍ବାଧୀନତା ଦେଲେ ଆମକୁ । ହେଲେ ବିଡମ୍ବନାର ବିଷୟ, ଆଜିଯାଏଁ କଳାପଥର ଗାଁ ଅବା ସଦର ମହକୁମାରେ ସେହି ସୈନିକମାନଙ୍କ ସ୍ମୃତି ରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଗବେଷକ ଓ ଐତିହାସିକ ।

ରାଜତନ୍ତ୍ରରେ ପୋଲିସ ରାତି ଅଧିଆ କଳାପଥର ଗାଁରେ ଚଢାଉ କରି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ। କେବଳ ଏତିକି ନୁହେଁ ଭାରତ ଛାଡ ଆନ୍ଦୋଳନ ସମୟରେ ଅଗଷ୍ଟ ମାସରେ ପ୍ରଜାମଣ୍ଡଳ ସୈନିକ ମାନଙ୍କୁ ବନ୍ଦୀ କରି ଦୁଇ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀରେ ରଖିଥିଲେ। ସେହିଦିନ ରାଜତନ୍ତ୍ର ବିରୁଦ୍ଧରେ ଯେଉଁ ବିଦ୍ରୋହର ଯେଉଁ ବହ୍ନି ଜଳିଥିଲା ତାହା ସମଗ୍ର ଗଡଜାତକୁ ବ୍ୟାପିଥିଲା। ଭୀମସେନ ଭୋଇଙ୍କ ନେତୃତ୍ବରେ କଳାପଥର ଗାଁର ରାମ ଶତପଥୀ , ଲକ୍ଷ୍ମଣ ଶତପଥୀ , ମୋହନ ମିଶ୍ର ପ୍ରମୁଖ ଝାସ ଦେଇଥିଲେ ଆନ୍ଦୋଳନରେ। ହେଲେ ସେହି ଝାସ ସେହି ବଳିଦାନକୁ ସତେ ଯେମିତି ସରକାର ଭୁଲିଯାଇଛନ୍ତି ।

ରାଜତନ୍ତ୍ରର ଅବସାନ ସହ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସୈନିକମାନଙ୍କ ବଳିଦାନକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ବାରମ୍ବାର ଦାବି ସହ ଆପତ୍ତି ପରେ ବି ସେଦିନର ପାଣ୍ଡୁଲିପିରେ ନାଁ ନାମ ପ୍ରକାଶ କରାଯାଇ ପାରୁଛି ନା ସଂଗ୍ରାମୀ ମାନଙ୍କ ସ୍ମୃତି ରକ୍ଷା କରାଯାଇପାରୁଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.