ETV Bharat / state

ସୁବର୍ଣ୍ଣପୁରରେ ଖେଳ ପ୍ରତିଯୋଗିତା-ଶାରୀରିକ ପରୀକ୍ଷା, ସାମିଲ ହୋଇ ଉତ୍ସାହିତ ଖେଳାଳୀ - ସୁବର୍ଣ୍ଣପୁରରେ କ୍ରୀଡା ପ୍ରତିଯୋଗିତା

ସୁବର୍ଣ୍ଣପୁରରେ କୋଭିଡ଼ କଟକଣା ମଧ୍ୟରେ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ଦର୍ଶକ ଓ ଅଭିଭାବକ ଖେଳାଳୀଙ୍କୁ କରିଛନ୍ତି ଉତ୍ସାହିତ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଖେଳ ପ୍ରତିଯୋଗିତା-ଶାରୀରିକ ପରୀକ୍ଷା, ସାମିଲ ହୋଇ ଉତ୍ସାହିତ ଖେଳାଳୀ

author img

By

Published : Aug 21, 2021, 7:51 PM IST

ସୁବର୍ଣ୍ଣପୁର: ମହାମାରୀ ପାଇଁ ଜିଲ୍ଲାରେ ବହୁ ଦିନ ବନ୍ଦ ରହିଛି ଷ୍ଟାଡି଼ୟମ । ଫଳରେ ଖେଳକୁଦ କ୍ରୀଡାବିତମାନେ ଖେଳ କାର୍ଯ୍ୟକ୍ରମ କରିପାରୁନାହାନ୍ତି । ତେବେ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡା ସଙ୍ଗଠନ ପକ୍ଷରୁ ଖେଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କୋଭିଡ଼ ନିୟମ ପାଳନ କରି ଖେଳାଳୀମାନେ ଖେଳୁଥିବାବେଳେ ଦର୍ଶକ ଓ ଅଭିଭାବକ ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରେ ଖେଳ ପ୍ରତିଯୋଗିତା-ଶାରୀରିକ ପରୀକ୍ଷା, ସାମିଲ ହୋଇ ଉତ୍ସାହିତ ଖେଳାଳୀ

ଜିଲ୍ଲାର ଷ୍ଟାଡିୟମ ଏଯାଏଁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ନାହାନ୍ତି । ସେପଟେ କୋରୋନା ସଂକ୍ରମଣ ରୋକିବା ପାଇଁ ଦୈନିକ ବଜାର ଖେଳ ପଡିଆ ଗୁଡିକରେ ବସୁଥିବାରୁ କ୍ରୀଡାବିତ ଓ କ୍ରୀଡାପ୍ରେମୀ ଖେଳି ପାରୁନାହାନ୍ତି । ଏତେ ସବୁ କଟକଣା ଭିତରେ କିନ୍ତୁ ଖେଳାଳୀ ଓ ଖେଳପ୍ରେମୀ କୋଭିଡ ନିୟମ ପାଳନ କରି ଖେଳ କାର୍ଯ୍ୟକ୍ରମ କରୁଛନ୍ତି । ଜିଲ୍ଲାରେ ବିଭିନ୍ନ କ୍ରୀଡା ସଂଗଠନ ପକ୍ଷରୁ ଘରୋଇ ଭାବେ ବିଭିନ୍ନ ପ୍ରକାରର ଖେଳକୁଦର ଆୟୋଜନ କରାଯାଉଛି ।

ସେହିପରି ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ବ୍ଲାକବେଲ୍ଟ ଟେଷ୍ଟ କରାଯାଇଛି । ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଖେଳାଳୀମାନେ ଆବଶ୍ୟକ ବ୍ୟବସ୍ଥା କରି ନିଜ ନିଜ ଖେଳ ପ୍ରଦର୍ଶନ କରିଛନ୍ତି । କୋଭିଡ଼ ନିୟମ ପାଳନ କରିବା ସହିତ ଏହି ଖେଳର ବିଭିନ୍ନ ପ୍ରତିଯୋଗିତା ଓ ଶାରୀରିକ ପରୀକ୍ଷାରେ ଭାଗ ନେଇଛନ୍ତି । ଅଭିଭାବକ ଓ ଖେଳପ୍ରେମୀମାନେ ବି ଏହି ପ୍ରତିଯୋଗିତା ଓ ଶାରୀରିକ ପରୀକ୍ଷାରେ ସାମିଲ ହୋଇ ଖେଳାଳୀଙ୍କୁ ଉତ୍ସାହିତ କରିଛନ୍ତି ।

ତେବେ ଅନେକ ଦିନର କଟକଣା ପରେ ଖେଳାଳୀମାନେ ଏହି ପ୍ରତିଯୋଗୀତାରେ ସାମିଲ ହୋଇ ନିଜ ଖେଳ ପ୍ରଦର୍ଶନ କରିଥିବାରୁ ତାଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଅନୁଷ୍ଠାନ ପକ୍ଷରୁ ଭଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.