ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ପୋଲିସ - Sonepur Police

ଦିନକୁ ଦିନ ଜିଲ୍ଲାରେ ମାତିଛନ୍ତି ଏଟିିଏମ ଲୁଟେରା । ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଣରେ ସାହାଯ୍ୟ କରିବା ନାଁରେ କରୁଛନ୍ତି ଲୁଟ୍ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲାରେ ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ସୋନପୁର ପୋଲିସ

author img

By

Published : Oct 11, 2021, 5:37 PM IST

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଦୀର୍ଘ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଟିଏମରୁ ଲୁଟ ହୋଇଥିବା ନେଇ ହୋଇଛି ଅଭିଯୋଗ । ଏହି ଘଟଣାରେ ଜିଲ୍ଲାର ଉଲୁଣ୍ଡା ଥାନା ଓ ସୋନପୁର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବୀର ମହାରାଜପୁରର ବ୍ଲକ୍ ସୁବଳୟା ଗ୍ରାମର ସତ୍ୟନାରାୟଣ ବିଶ୍ବାଳ ।

ସୂଚନାନୁସାରେ ଗ୍ରାହକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯିବା ସମୟରେ ଅଭିଯୁକ୍ତ ଜଣକ ଏଟିଏମ କାଉଣ୍ଟର ଆଗରେ ଜଗିରହି ଗ୍ରାହକମାନଙ୍କୁ ଟଙ୍କା ଉଠାଇବାରେ ସହଯୋଗ କରୁଥିଲା । ତେବେ ଗ୍ରାହକଙ୍କ ଏଟିଏମ ବଦଳରେ ଅଭିଯୁକ୍ତ ସତ୍ୟନାରାୟଣ ବିଶ୍ବାଳ ତା ପାଖରେ ରଖିଥିବା ନକଲି ଏଟିଏମ କାର୍ଡ ଦେଇ ଗ୍ରାହକଙ୍କ ପିନ ନମ୍ବର ମନେ ରଖି ଫେରାର ହୋଇ ଯାଉଥିଲା ।

ସୁବର୍ଣ୍ଣପୁର ଜିଲ୍ଲାରେ ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ସୋନପୁର ପୋଲିସ

ସେପଟେ ଏହି ଲୁଟ ଘଟଣାରେ ଲୋକମାନଙ୍କୁ ଠକି ୪୫ହଜାର ୩୦୦ ଟଙ୍କା ଠକେଇ କରିଥିବାବେଳେ ତା ପାଖରୁ ପୋଲିସ ୩୭ ହଜାର ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି । ପୂର୍ବରୁ ଗିରଫ ଅଭିଯୁକ୍ତ ଜଣକ ଠକେଇ ମାମଲାରେ ୨୦୧୯ ମସିହାରେ ସୋନପୁର ପୋଲିସ ଦ୍ବାରା ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.