ETV Bharat / state

ଘୋଡାଧାର ହତ୍ୟାକାଣ୍ଡ ଘଟଣାର 4 ଅଭିଯୁକ୍ତ ଗିରଫ - ସୁବର୍ଣ୍ଣପୁର ଜିଲ୍ଲା

ଜମି ବାଡି ବିବାଦକୁ ନେଇ ଘଟାଇଲେ ହତ୍ୟାକାଣ୍ଡ । ଆଉ ଜମି ବଦଳରେ ମିଳିଲା ଏବେ ଜେଲ ହାଜତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 9, 2019, 7:26 AM IST

ସୁବର୍ଣ୍ଣପୁର: ଜିଲ୍ଲାର ମହାଦେବ ପାଲି ଫାଣ୍ଡି ଅଧିନସ୍ଥ ଘୋଡାଧାର ଗାଁରେ ଘଟିଥିବା ହତ୍ୟାକାଣ୍ଡରେ ବିନିକା ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏଯାଏଁ ଫେରାର ଅଛନ୍ତି ।

ଜମିବାଡି ବିବାଦକୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘୋଡାଧାର ଗାଁର 50 ବର୍ଷୀୟ ପାଞ୍ଜେଶ୍ବରୀ ସୁନାକୁ ହତ୍ୟା କରାଯାଇଥିଲା । ପାଞ୍ଜେଶ୍ବରୀଙ୍କ ସ୍ବାମୀ 60 ବର୍ଷୀୟ କଟିଆ ଲୁହା ଓ ପୁଅ ମହେଶ୍ବର ଲୁହାଙ୍କୁ ବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗାଁର 40 ବର୍ଷୀୟ ଦୁର୍ଯ୍ୟୋଧନ ଭଏନା, ନରହରି ଭଏନା ଓ ସୋନପୁର ଥାନା ଅଧିନସ୍ଥ ଧଉରାଖମନ ଗାଁର ପ୍ରହଲ୍ଲାଦ ବିଭାରଓ ସୀତା ବିଭାରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଏକ ଧାରୁଆ ଖଣ୍ଡା, ତିନୋଟି ବାଇକଓ ଗୋଟିଏ ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି । ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏଯାଏଁ ଫେରାର ଅଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଘୋଡାଧାର ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୃତ ପାଞ୍ଜେଶ୍ବରୀ ସୁନାଙ୍କୁ ଗତ ଅଗଷ୍ଟ 4 ତାରିଖ ଗଳାକାଟି ହତ୍ୟା କରିଥିଲେ ଅଭିଯୁକ୍ତ। ତେବେ ଦୀର୍ଘ ଦିନରୁ ଏକ ସରକାରୀ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଥିଲା ବୋଲି ଏସଡିପିଓ ମିହିର ପଣ୍ଡା ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.