ETV Bharat / state

ପୋଷ୍ଟ ଅଫିସ ସାମ୍ନାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Jun 28, 2022, 2:06 PM IST

ଇପିଏଫ ପେନସନର ସଂଘ ପକ୍ଷରୁ ସୁବର୍ଣ୍ଣପୁରର ମୁଖ୍ୟ ଡାକଘର କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀମାନେ ଦାବି ପୂରଣ ପାଇଁ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

The EPF pensioners movement
ଇପିଏଫ ପେନସନରଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର: ଇପିଏଫ ପେନସନର ସଂଘ ପକ୍ଷରୁ ସୁବର୍ଣ୍ଣପୁରର ମୁଖ୍ୟ ଡାକଘର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ସଂଘର ସଭାପତି ଭବାନୀ ଶଙ୍କର ପଣ୍ଡାଙ୍କ ନେତୃତ୍ବରେ ଅବସର ପ୍ରାପ୍ତ କର୍ମଚାରୀମାନେ ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରିଛନ୍ତି । ସର୍ବନିମ୍ନ ମାସିକ ପେନସନ 9 ହଜାର ଟଙ୍କା ପ୍ରଦାନ, ଉଚ୍ଚ ଦରମା ଅନୁଯାୟୀ ପେନସନ ଧାର୍ଯ୍ୟ କରିବା, ପେନସନର ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ସହିତ ଚିକିତ୍ସାଳୟ ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି କରିଯାଇଛି ।

ଇପିଏଫ ପେନସନରଙ୍କ ଆନ୍ଦୋଳନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପେନସନର ବା ଅବସରପ୍ରାପ୍ତ କର୍ମଚାରୀମାନେ ପୋଷ୍ଟ କାର୍ଡ ପ୍ରେରଣ କରିଛନ୍ତି । ପରିଣତ ବୟସରେ ଅବଶିଷ୍ଟ ଜୀବନ ଶାନ୍ତିରେ ଅତିବାହିତ କରିବା ପାଇଁ ଆନ୍ଦୋଳନ କରୁଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ବୟସରେ ଶରୀର ବିଭିନ୍ନ ରୋଗର କାରଣ ହେଉଥିବାବେଳେ, ପେନସନ ସବୁ ଚକିତ୍ସାରେ ଖର୍ଚ୍ଚ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଚିକିତ୍ସା ସହାୟତା ପେନସନରମାନଙ୍କ ପ୍ରମୁଖ ଦାବି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.