ETV Bharat / state

ଜଳୁଛି ସୁବର୍ଣ୍ଣପୁର, ନିଆଁ ଲଗାଇବା ପାଇଁ ବନବିଭାଗର ସହଯୋଗ ଅଭିଯୋଗ - subarnapur forest burnt

ଦିନକୁ ଦିନ ମରୁଭୂମିରେ ପରିଣତ ହେଉଛି ସାରା ସୁବର୍ଣ୍ଣପୁର ଜିଲ୍ଲା । ଆଜକୁ ଏକ ସପ୍ତାହରୁ ଅଧିକ ହେଲା ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି । ଜିଲ୍ଲାର ବାରପାହାଡ଼, ଅର୍ଜୁନପୁର, କୁମ୍ଭାରମୁଣ୍ଡା ,ସିଂହାସନ ଜଙ୍ଗଲର ବିଭିନ୍ନ ଯାଗାରେ ନିଆଁ ଲାଗିଛି । ଅଧିକ ପଢନ୍ତୁ...

ଜଳୁଛି ସୁବର୍ଣ୍ଣପୁରର ବିଭିନ୍ନ ଜଙ୍ଗଲ
ଜଳୁଛି ସୁବର୍ଣ୍ଣପୁରର ବିଭିନ୍ନ ଜଙ୍ଗଲ
author img

By

Published : Mar 12, 2021, 6:33 AM IST

ସୁବର୍ଣ୍ଣପୁର : ଦିନକୁ ଦିନ ମରୁଭୂମିରେ ପରିଣତ ହେଉଛି ସାରା ସୁବର୍ଣ୍ଣପୁର ଜିଲ୍ଲା । ଆଜକୁ ଏକ ସପ୍ତାହରୁ ଅଧିକ ହେଲା ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି । ଜିଲ୍ଲାର ବାରପାହାଡ଼, ଅର୍ଜୁନପୁର, କୁମ୍ଭାରମୁଣ୍ଡା, ସିଂହାସନ ଜଙ୍ଗଲର ବିଭିନ୍ନ ଯାଗାରେ ନିଆଁ ଲାଗିଛି । ଜିଲ୍ଲା ବନ ବିଭାଗର କର୍ମଚାରୀ ମାନେ ବି ନିଆଁ ଲିଭାଇବାରେ ଲାଗିଛନ୍ତି । ହେଲେ ନିଆଁକୁ ଆୟତ୍ତ କରି ପାରୁ ନାହାନ୍ତି । ଗୋଟିଏ ଯାଗାରେ ନିଆଁ ଲିଭା କାର୍ଯ୍ୟ ଶେଷ ନହେଉଣୁ ଅନ୍ୟ ଏକ ଯାଗାରେ ନିଆଁ ଲାଗିଥିବା ଖବର ମିଳୁଛି ।

ଜଳୁଛି ସୁବର୍ଣ୍ଣପୁରର ବିଭିନ୍ନ ଜଙ୍ଗଲ

ତେବେ ଯେଉଁ ଅଞ୍ଚଳରେ ବନ ବିଭାଗ ଚାରା ରୋପଣ କରିଛି ସେହି ଅଞ୍ଚଳରେ ଜାଣି ଶୁଣି ଦୁର୍ନୀତିକୁ ଲୁଚାଇବାକୁ ନିଆଁ ଲଗେଇ ଦିଆଯାଉଥିବା ଅଭିଯୋଗ ହେଉଛି । ପ୍ରଥମତଃ ଚାରା ରୋପଣରେ ବ୍ୟାପକ ଦୁର୍ନୀତି ହୋଇଛି, ତାକୁ ଲୁଚାଇବାକୁ ବନ ବିଭାଗ ନିଆଁ ଲଗାଇବାରେ ଲୋକଙ୍କୁ ପ୍ରୋତ୍ସାହନ ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଆଇନଜୀବୀ ବଳଦେବ ବେଦବାଗ ।

ହେଲେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମନଗଢା ଓ ମିଛ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ କହିଛନ୍ତି । ତେବେ ବନ ବିଭାଗ ନିଆଁ ଲିଭାଇବାରେ ବେଶ ଯତ୍ନବାନ ଓ ଜଙ୍ଗଲିଆ ଲୋକ ତଥା ବନ ସୁରକ୍ଷା କମିଟିର ସହଯୋଗରେ ନିଆଁ ଲିଭା କାର୍ଯ୍ୟକୁ ଗତି ମିଳିଛି ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.