ETV Bharat / state

ସାପକୁ ନ ମାରିବାକୁ ଜନସାଧାରଣଙ୍କୁ ସାପ ଧରାଳି ପ୍ରମୋଦଙ୍କ ଅନୁରୋଧ

ଲୋକେ ଭୟଭୀତ ନ ହୋଇ ନିଜର ଚତୁଃପାର୍ଶ୍ବରେ ତଥା ଯେକୌଣସି ସ୍ଥାନରେ ସାପ ଦେଖିଲେ ତାକୁ ନ ମାରି ପ୍ରମୋଦଙ୍କୁ ଜଣାଇବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 20, 2021, 4:53 PM IST

ସାପକୁ ନ ମାରିବାକୁ ଜନସାଧାରଣଙ୍କୁ ସାପ ଧରାଳି ପ୍ରମୋଦଙ୍କ  ଅନୁରୋଧ
ସାପକୁ ନ ମାରିବାକୁ ଜନସାଧାରଣଙ୍କୁ ସାପ ଧରାଳି ପ୍ରମୋଦଙ୍କ ଅନୁରୋଧ

ସୁବର୍ଣ୍ଣପୁର: ବିଷଧର ସାପକୁ ଦେଖିଲେ ଯେ କେହି ବି ଭୟ କରିଥାନ୍ତି । ସାପ ଧରିବାର କୌଶଳ ଯାହାକୁ ଜଣା ଥାଏ ତାକୁ ହିଁ ଖୋଜିବାକୁ ପଡେ । ଯଦି କେହି ନ ମିଳନ୍ତି, ତେବେ ବିଷଧର ସାପକୁ ଲୋକେ ଲମ୍ବା ବାଡି ସାହାଯ୍ୟରେ ପିଟିପଟି ମାରି ପକାନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଏମିତି ଜଣେ ଯୁବକ ପ୍ରମୋଦ କୁମାର ଦାସିଆ ସାପ ଦେଖିଲେ ପ୍ରଥମେ ତାଙ୍କୁ ଖୋଜାପଡେ । ପ୍ରମୋଦ ଅତି ଆଦରରେ ଓ ସ୍ନେହପୂର୍ଣ୍ଣ ଭାବ ନେଇ ଯେପରି ବିଷଧର ସାପ ହେଲେ ବି ତାକୁ ଧରି ପକାନ୍ତି । ବିଶେଷକରି ଯେତେବେଳେ କାହା ଘରେ କିମ୍ବା ସରକାରୀ କାର୍ଯ୍ୟାଳୟ ଆଦି ଭିତରେ ସାପ ଲୋକେ ସାପ ଦେଖନ୍ତି ପ୍ରମୋଦକୁ ହିଁ ପ୍ରଥମେ ଖୋଜିଥାନ୍ତି ।

ପ୍ରଥମେ ପ୍ରମୋଦ ସାପ ଦେଖିଲେ ମାରି ପକାଉଥିଲେ । ହେଲେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପାଇଁ ସେ ସାପ ଧରିଲେ ତାକୁ ନେଇ ଜଙ୍ଗଲରେ ଛାଡି ଦେଉଛନ୍ତି । ପ୍ରମୋଦ କୁହନ୍ତି ସାପକୁ ଭୟଭୀତ ନ କଲେ ସେ କେବେ ହିଂସ୍ର ହୁଏ ନାହିଁ । ସେ ଗୋଟିଏ ବିଷଧର ନାଗ ସାପକୁ ନାଇକେନ ପାଲିରୁ ଓ ଅନ୍ୟ ଗୋଟିଏ ବିଷଧର ସାପକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନରୁ ଧରି ସହରର ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରେ ଛାଡି ଦେଇଛନ୍ତି । ପ୍ରମୋଦ ଧରିଥିବା ଦୁଇଟି ସାପର ପ୍ରକାର ସହିତ ସାପ ଧରିବାର କୌଶଳକୁ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ।

ପ୍ରମୋଦ 2006 ମସିହାରୁ ଜିଲ୍ଲା ଆରକ୍ଷୀ ବାହିନୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଅନେକ ଦିନ ଆଗରୁ ଏନିମଲ ୱେଲଫେୟାର ଅଫିସରଙ୍କ ପାଖରୁ ସାପ ଧରିବା କୌଶଳ ଶିକ୍ଷା କରିଥିବାବେଳେ ସାପକୁ ନ ମାରି ତାକୁ ଧରି ଜଙ୍ଗଲରେ ଛାଡି ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଯୋଗାଯୋଗ ନମ୍ବର-7008912516ରେ ଫୋନ କଲେ ଜରୁରୀ କାର୍ଯ୍ୟ ନ ଥିଲେ ସେ ସାପଧରି ଜଙ୍ଗଲରେ ଛାଡି ଦେଇଥାନ୍ତି ବୋଲି ପୋଲିସ କର୍ମଚାରୀମାନେ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.