ETV Bharat / state

ବୈଦିକ ରୀତିରେ ବିବାହ କଲେ ଦେବଦମ୍ପତି

ଶୀତଳଷଷ୍ଠୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ସହର । ଏନେଇ ସହରସ୍ଥିତ ବାବା ଲୋକନାଥଙ୍କ ପୀଠରେ ଶୁକ୍ରବାର ସକାଳେ ଦେବୀ ପାର୍ବତୀଙ୍କର ଅଳଙ୍କାର ଧାରଣ ପର୍ବ ସମାପନ ହୋଇଛି । ଏଥିସହ ବୈଦିକ ରୀତିରେ ଆରମ୍ଭ ହୋଇଛି ଦେବ ଦମ୍ପତିଙ୍କ ବିବାହ ପର୍ବ ।

author img

By

Published : Jun 7, 2019, 8:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଶୀତଳଷଷ୍ଠୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ସହର । ଏନେଇ ସହରସ୍ଥିତ ବାବା ଲୋକନାଥଙ୍କ ପୀଠରେ ଶୁକ୍ରବାର ସକାଳେ ଦେବୀ ପାର୍ବତୀଙ୍କର ଅଳଙ୍କାର ଧାରଣ ପର୍ବ ସମାପନ ହୋଇଛି । ଏହି ବିଧି ପରେ ଦେବ ଦମ୍ପତିଙ୍କ ବିବାହ ପାଇଁ କନ୍ୟାପାର୍ଶ୍ବରୁ କନ୍ୟାପିତା, ମାତା ଓ ଦେବୀ ପାର୍ବତୀ ଏବଂ ବରପାର୍ଶ୍ବରୁ ବାବା ଲୋକନାଥ ବିବାହ ମଣ୍ଡପକୁ ବିରାଜମାନ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପାରମ୍ପରିକ ରୀତିନୀତିରେ କନ୍ୟାଖୋଜା, ଗୁଆଗୁଣ୍ଡା, ଦେବ ନିମନ୍ତ୍ରଣ ତଥା ଦେବୀ ପାର୍ବତୀ ଓ ବାବା ଲୋକନାଥଙ୍କ ପିତୃ ବାସଭବନ ଗମନ ପର୍ବ ଆଦି ସମ୍ପନ୍ନ ହୋଇଛି । ସମସ୍ତ ନୀତି ଶେଷ ହେବା ପରେ ବେଶ ଆଡମ୍ବରର ଓ ଉତ୍ସାହ ସହ ଭକ୍ତଙ୍କ ଗହଣରେ ବାବା ଲୋକନାଥ ବରଯାତ୍ରୀ ସହ ନଗର ଭ୍ରମଣ କରିସାରି ବିବାହ ମଣ୍ଡପରେ ପହଞ୍ଚିଥିଲେ । ଏଥିସହ ବୈଦିକ ରୀତିରେ ଆରମ୍ଭ ହୋଇଛି ଦେବ ଦମ୍ପତିଙ୍କ ବିବାହ ପର୍ବ ।

ଦେବ ଦମ୍ପତିଙ୍କର ବିବାହୋତ୍ସବ ଦେଖିବା ପାଇଁ ସହରର ପଟାଭାଡି ମନ୍ଦିର ପରିସରସ୍ଥିତ ଛିନଛାନଡୁଙ୍ଗୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ । ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାର ଲୋକବାଦ୍ୟ ଓ ନଚନିଆଁ ନୃତ୍ୟ । ତେବେ ଚଳିତବର୍ଷ କନ୍ୟାମାତା ପିତା ଭାବେ ରାମଜୀ ନଗରର ପଦ୍ମିନୀ ଓ ଗଦାଧର ବାରିକ ବିବାଗ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି । ସେହିପରି ବାବା ଲୋକନାଥଙ୍କ ମାତା ପିତା ଭାବେ ପଟାଭାଡିର ଯଶୋବନ୍ତ ଓ ଅଶୋକ ହୋତା ଦାୟିତ୍ବ ନିର୍ବାହ କରିଛନ୍ତି ।

ବିବାହ କାର୍ଯ୍ୟ ସମାପନ ପରେ ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତି ଦର୍ଶନ ପର୍ବର ବ୍ୟବସ୍ଥା ରହିଛି । ଏହାପରେ ସନ୍ଧ୍ୟାରେ ବିବାହ ମଣ୍ଡପରୁ ଦେବ ଦମ୍ପତ୍ତି ନଗର ଭ୍ରମଣ କରି ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visual by ftp
tirthabashi panda 
subarnapur 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.