ETV Bharat / state

ଜାଡମାଡରେ ଘାଇଲା ପଶ୍ଚିମ ଓଡିଶା, ସୁବର୍ଣ୍ଣପୁରରେ ସ୍ଥିତି ସଙ୍ଗୀନ

ସବୁଆଡେ ଶୀତର ରାଜୁତି । ଘନ କୁହୁଡି ସାଙ୍ଗକୁ ହାଲକା ହାଲକା ପବନ ସହ ହାଡଭଙ୍ଗା ଶୀତରେ ଥରୁଛି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା । ଦାରିଙ୍ଗବାଡିର ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ସୋନପୁରରେ ସର୍ବନିମ୍ନ 5.2 ଡିଗ୍ରୀ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

author img

By

Published : Dec 31, 2019, 11:01 AM IST

Updated : Dec 31, 2019, 11:35 AM IST

Sever cold wave in Subarnapur
ଜାଡମାଡରେ ଘାଇଲା ପଶ୍ଚିମ ଓଡିଶା, ସୁବର୍ଣ୍ଣପୁରରେ ସ୍ଥିତି ସଙ୍ଗୀନ

ସୁବର୍ଣ୍ଣପୁର: ଅସହ୍ୟ ଶୀତରେ ଥରୁଛି ଓଡି଼ଶା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଏପରିକି ରାଜ୍ୟର 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଏପଟେ 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ଥିବାବେଳେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କୋହଲା ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ କହିଛି । ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏବେ ସବୁଆଡେ ଶୀତର ରାଜୁତି । ଘନ କୁହୁଡି ସାଙ୍ଗକୁ ହାଲକା ହାଲକା ପବନ ସହ ହାଡଭଙ୍ଗା ଶୀତରେ ଥରୁଛି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା । ଶୀତ ଥରାଇ ଦେଉଛି ସମଗ୍ର ଜିଲ୍ଲାକୁ । ଶୀତର ଜାଡରେ ଏଠି ଅସ୍ତବ୍ୟସ୍ତ ସମଗ୍ର ଜୀବ ଜଗତ । କେତେବେଳେ ଅଧିକ ଖରା ଯୋଗୁଁ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହୁଥିବା ସୁବର୍ଣ୍ଣପୁର ଏବେ ଅଧିକ ଶୀତ ପାଇଁ ଆସିଛି ଚର୍ଚ୍ଚାକୁ ।

ଦାରିଙ୍ଗବାଡିର ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ସୋନପୁରରେ ସର୍ବନିମ୍ନ 5.2 ଡିଗ୍ରୀ ରେକର୍ଡ ହୋଇଛି । ସବୁଆଡେ ଶୀତ ଆଉ ଶୀତ । ଚାରିଆଡେ ଘନ କୁହୁଡିର ଆସ୍ତରଣ । ତା ସାଙ୍ଗକୁ ହାଲକା ହାଲକା ପବନ ସହିତ ଗଛ ଆଉ ପତ୍ରରେ କାକରର ଛିଟା । ସତେ ଯେମତି ହାଡଭଙ୍ଗା ଶୀତ ରାଜୁତି କରୁଛି ସାରା ଜିଲ୍ଲାରେ । ଶୀତ ବି ଏମିତି ସେମିତି ନୁହେଁ ସାରା ରାଜ୍ୟରେ ସର୍ବନିମ୍ନ ପାରଦ ତଳେ ସୁବର୍ଣ୍ଣପୁର । ସଂଧ୍ୟା ନଇଁଲେ ଶୀତ ଆରମ୍ଭ ହୋଇଯାଉଥିବା ବେଳେ ସେପଟେ ଦିନ ୧୦ଟା ପରେ ଟିକିଏ କମୁଛି ତାର ପ୍ରକୋପ । ଏଭଳି ଶୀତ ସୁବର୍ଣ୍ଣପୁର ଜିଲ୍ଲାରେ ଆଗରୁ କେବେ ଦେଖିନଥିବା କହିଛନ୍ତି ଜିଲ୍ଲାବାସୀ ।

ଶୀତରୁ ରକ୍ଷା ପାଇବାକୁ କିଏ କମ୍ବଳ ଘୋଡାଇ ହେଉଛି ତ କିଏ ନେଉଛି ନିଆଁର ଆଶ୍ରୟ । ତଥାପି ଶୀତରୁ ନିସ୍ତାର ମିଳିପାରୁନାହିଁ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଏବଂ ଜଙ୍ଗଳି ମୂଲକରେ ଶୀତର ପ୍ରକୋପ ଅଧିକ ଅନୁଭୁତ ହେଉଛି । ନିହାତି ଆବଶ୍ୟକ ନଥିଲେ ଲୋକେ ଘରୁ ପଦାକୁ ବାହରିବାକୁ ଆବଶ୍ୟକ ମଣୁନାହଁନ୍ତି । ଏବେ ହାଡଭଙ୍ଗା ଶୀତରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା । ଏହି ଶୀତ ଆଗକୁ ଜାରି ରହିଲେ ଜିଲ୍ଲାବାସୀ କଷ୍ଟ ଭୋଗିବେ ଏଥିରେ ସନ୍ଦେହ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Last Updated : Dec 31, 2019, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.