ETV Bharat / state

କୋରୋନା ପାଇଁ ଫିକା ପଡିବ ସପ୍ତପୁରୀ ଅମାବାସ୍ୟା - କୋରୋନା ପାଇଁ ଫିକା

ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା । ସନ୍ଧ୍ୟାରେ ସାହି ଯୁବକମାନେ ଟେରାକୋଟା ତିଆରି ହନୁମାନ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କାପୋଡି ପର୍ବ ପାଳନ କରିବେ। ଅଧିକ ଖବର ପଢନ୍ତୁ...

କୋରୋନା ପାଇଁ ଫିକା ପଡିବ ସପ୍ତପୁରୀ ଅମାବାସ୍ୟା

author img

By

Published : Aug 18, 2020, 7:17 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା । ସନ୍ଧ୍ୟାରେ ସାହି ଯୁବକମାନେ ଟେରାକୋଟା ତିଆରି ହନୁମାନ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କାପୋଡି ପର୍ବ ପାଳନ କରିବେ। ଦିନବେଳା କାଠ ତିଆରି ହାତୀ ଘୋଡା ନେଇ ପୁରା ଉଁଆସ ପର୍ବ ପାଳନ କରିବେ। ତେବେ ଏହି ପର୍ବ ପାଇଁ ମହାରଣା ସମ୍ପ୍ରଦାୟର କାରିଗରମାନେ ହଜାର ହଜାର ସଂଖ୍ୟାରେ କାଠରେ ହାତୀ ଘୋଡା ତିଆରି କରି ବିକ୍ରି କରୁଛନ୍ତି ।

ପୁରା ଉଆଁସରେ ଭଲ ଦୁଇ ପଇସା ରୋଜଗାର ପାଇଁ ପ୍ରାୟ ଚାରି ମାସ ପୂର୍ବରୁ ଖେଳନା ତିଆରି କରିଛନ୍ତି । ହେଲେ ଲକଡାଉନ ପାଇଁ କାରିଗରମାନଙ୍କ ବେପାର ମାନ୍ଦା ପଡିଛି। ସାର୍ବଜନୀନ ପର୍ବ ପାଳନରେ ପ୍ରଶାସନିକ କଟକଣା ଥିବାରୁ କାରିଗରମାନେ ବ୍ୟବସାୟରେ କ୍ଷତି ସହୁଛନ୍ତି ।

କୋରୋନା ପାଇଁ ଫିକା ପଡିବ ସପ୍ତପୁରୀ ଅମାବାସ୍ୟା

କୋରୋନା ସଂକ୍ରମଣ ପାଇଁ ଏହି ପର୍ବ ପାଳନ ଉପରେ କଟକଣା ଥିବାରୁ ପୁଅଝିଅଙ୍କ ମନରେ ସେତେଟା ଉତ୍ସାହ ନ ଥିବା ବେଳେ ମହାରଣା କାରିଗର ବି ସନ୍ତୋଷ ଜନକ ବ୍ୟବସାୟ କରିପାରୁନାହାଁନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.