ETV Bharat / state

4 ବର୍ଷ ହେବ ଅଟକି ରହିଛି ପ୍ରଶସ୍ତିକରଣ କାର୍ଯ୍ୟ

author img

By

Published : Oct 25, 2020, 1:15 PM IST

ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ଡୁଙ୍ଗୁରିପାଲି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଅଧିକ ପଢନ୍ତୁ...

4 ବର୍ଷ ହେବ ଅଟକି ରହିଛି  ପ୍ରଶସ୍ତିକରଣ କାର୍ଯ୍ୟ
4 ବର୍ଷ ହେବ ଅଟକି ରହିଛି ପ୍ରଶସ୍ତିକରଣ କାର୍ଯ୍ୟ

ସୁବର୍ଣ୍ଣପୁର: ଅଟକି ରହିଛି ପ୍ରଶସ୍ତିକରଣ କାର୍ଯ୍ୟ । ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ଡୁଙ୍ଗୁରିପାଲି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

ଗତ ଚାରି ବର୍ଷ ତଳେ ପ୍ରାୟ 60 କିଲୋମିଟର ରାଜ୍ୟ ରାଜପଥର ପ୍ରଶସ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ଅର୍ଜୁନପୁର ଛକ ଠାରେ ଶିଳାନ୍ୟାସ କରିଥିଲେ। ଜିଲ୍ଲାର ସଡକ ପଥକୁ ସୁଦୃଢ କରିବା ପାଇଁ 2016 ନଭେମ୍ବର 9ରେ ଶିଳାନ୍ୟାସ କରି ବର୍ଷକ ଭିତରେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ।

ହେଲେ ଆଜକୁ ଚାରି ବର୍ଷ ବିତିଯାଇଥିଲେ ବି ସଡକର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏହି ରାସ୍ତାରେ ଏବେ ହଜ଼ାର ହଜ଼ାର ସଂଖ୍ୟାରେ ଭାରି ଯାନ ଯିବା ଆସିବା କରୁଛି। ସୁବର୍ଣପୁରରୁ ବିନିକା, ରାମପୁର, ଡୁଙ୍ଗୁରିପାଲି ଦେଇ ଗାଡି ମୋଟର ବିଭିନ୍ନ ପଡୋଶୀ ଜିଲ୍ଲାଗୁଡିକୁ ମାଲ ନେବା ଆଣିବା କରୁଛନ୍ତି।

ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ହୋଇ ନଥିବାରୁ ଗାଡି ମୋଟର ଯିବା ଆସିବାରେ ବିଳମ୍ବ ହେଉଛି। ଏଣୁ ତୁରନ୍ତ ଏହି ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ଅପରପକ୍ଷରେ 22 କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ପାଇଁ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.