ETV Bharat / state

ସରୁନି ରାସ୍ତା କାମ, ହନ୍ତସନ୍ତ ଲୋକେ - ଗମନାଗମନ ବ୍ୟବସ୍ଥା

ବିପର୍ଯ୍ୟସ୍ତ ହୋଇ ପଡିଛି ଗମନାଗମନ ବ୍ୟବସ୍ଥା । ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

road problem in subarnapur
ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ
author img

By

Published : Dec 11, 2020, 10:21 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ବିପର୍ଯ୍ୟସ୍ତ ହୋଇ ପଡିଛି ଗମନାଗମନ ବ୍ୟବସ୍ଥା । ସହରର ଜେଲ ଛକରୁ ପଟାଭାଡ଼ି ପର୍ଯ୍ୟନ୍ତ ପକ୍କା ରାସ୍ତା ତିଆରି କରିବା ପାଇଁ ଆଜକୁ ତିନି ବର୍ଷ ହେଲା ବସ୍ତି ସୁରକ୍ଷା ମଞ୍ଚ ଆନ୍ଦୋଳନ ଆସୁଥିଲା। ପ୍ରାୟ ଦୁଇ କୋଟି ଟଙ୍କାର ଅନୁଦାନରେ ରାସ୍ତା ପାର୍ଶ୍ଵ ଡ୍ରେନ ସହିତ ପକ୍କା ରାସ୍ତା କାର୍ଯ୍ୟ ଆରମ୍ଭ ହେଲା। ହେଲେ ଆଜକୁ ଛଅ ମାସରୁ ଅଧିକ ହେବ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଦୁଇ କିଲୋମିଟର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ।

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

ଫଳରେ ଲୋକେ ଯାଆସ ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ରାସ୍ତା ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଦାବି ହୋଇ ଆସୁଛି । ବିଭାଗୀୟ କର୍ତ୍ତୃପକ୍ଷ କି ଠିକାଦାର ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ତେବେ ଏହି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଦୁଇଟି ରାସ୍ତା କାମ ଚାଲିଥିବା ବେଳେ ରାସ୍ତା ଗୁଡ଼ିକର କାର୍ଯ୍ୟ ବେଶ ବିଳମ୍ବ ହେଉଛି।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.