ସୁବର୍ଣ୍ଣପୁର: ଖରାଦିନରେ ବି ଦେଖା ଯାଉଛି କୁହୁଡି । ହେଲେ ଏହା ଶୀତ ସକାଳର ବାସ୍ତବ କୁହୁଡି ନୁହେଁ ବଂର ପିଚୁ ରାସ୍ତାରେ ଉଡୁଥିବା ଧୂଳି । ଯାହା ଖୁବ ବୟାନ କରୁଛି ବିଜୁ ପଟ୍ଟନାୟକ ସେତୁର ଏହି ରାସ୍ତାର ଅବସ୍ଥାକୁ । ଆଉ ଏବେ ଏହା ସୁବର୍ଣ୍ଣପୁରବାସୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଲୋକଙ୍କ ସୁଗମନାଗମନ ପାଇଁ ତିଆରି ହୋଇଛି ପିଚୁ ରାସ୍ତା । ହେଲେ ରାସ୍ତା ପାର୍ଶ୍ବକୁ ଖୋଳାଯାଇ ପାହାଡ ପରି ଗଦା ଯାଇଛି ପୁରୁଣା ପିଚୁ । ଯାହାକୁ ନେଇ ଲୋକଙ୍କ ଯାତାୟାତରେ ଦେଖାଯାଉଛି ସମସ୍ୟା ।
ସୁବର୍ଣ୍ଣପୁରରୁ ସମ୍ବଲପୁର ଓ ବୀରମହାରାଜପୁର ପାଇଁ ଏହି ପୋଲ ଏକମାତ୍ର ରାସ୍ତା । 2 କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ଉନ୍ନତିକରଣ ଚାଲିଛି । ପ୍ରାୟ ତିନି କିଲୋମିଟର ରାସ୍ତାରେ ପୁରୁଣା ପିଚୁ ଖୋଳାଯାଇ ନୂଆ ରାସ୍ତା ତିଆରି କରିବାକୁ ଯୋଜନା କରିଛି ପୂର୍ତ୍ତ ବିଭାଗ । ହେଲେ ଯୋଜନା ଅନୁସାରେ କାର୍ଯ୍ୟ ଆଗେଇ ପାରୁନି । ଫଳରେ କଂକ୍ରିଟ ରାସ୍ତା ପରିବର୍ତ୍ତେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଚାଳକମାନେ । ଲୋକେ ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । କେବେ ସୁଧୁରିବ ସୁବର୍ଣ୍ଣପୁରବାସୀଙ୍କ ସମସ୍ୟା । ତାହା ଉପରେ ସମସ୍ତଙ୍କ ନଜର ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ