ETV Bharat / state

ଆରଏମସି କ୍ରୟ କେନ୍ଦ୍ରରେ ତାଲା ପକାଇଲେ ମହିଳା

ରବି ଋତୁର ଧାନ ଉଠୁ ନଥିବାରୁ ଧାନ କ୍ରୟ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଆରଏମସି କ୍ରୟ କେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ।

author img

By

Published : Jun 10, 2020, 3:18 PM IST

rmc centre  gate locked
ଆରଏମସି କ୍ରୟ କେନ୍ଦ୍ରରେ ତାଲା ପକାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ସୁବର୍ଣ୍ଣପୁର: ଆରଏମସି କ୍ରୟ କେନ୍ଦ୍ରରେ ତାଲା ପକାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ରବି ଋତୁର ଧାନ ଉଠୁ ନଥିବାରୁ ଧାନ କ୍ରୟ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଆରଏମସି କ୍ରୟ କେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ।

ପ୍ରାୟ 10 ହଜ଼ାର କ୍ବିଣ୍ଟାଲରୁ ଅଧିକ ପରିମାଣର ଧାନ ମଣ୍ଡିରେ ପଡ଼ିଛି । ଧାନ ଉଠୁ ନଥିବାରୁ ଅନ୍ୟ ଚାଷୀମାନେ ଧାନ ମଣ୍ଡିକୁ ଆଣି ପାରୁନାହାନ୍ତି । ଗୋଟିଏ ଯାଗାରେ ହିଁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେବା ସମବାୟ ସମିତି ପକ୍ଷରୁ ଧାନ କ୍ରୟ କରାଯାଉଛି। ହେଲେ ସମବାୟ ସମିତି ପକ୍ଷରୁ ସଂଗୃହିତ ଧାନ ମିଲରମାନେ ଗାଡି ପଠାଇ ଉଠାଉ ଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀ କ୍ରୟ କରିଥିବା ଧାନ ଉଠୁନାହିଁ ।

ଫଳରେ ଚାଷୀ ଅସନ୍ତୋଷ ବଢି ବଢି ଯାଉଛି । ଚାଷୀମାନେ ବାଧ୍ୟହୋଇ ନିଜ ଉତ୍ପାଦିତ ଧାନ ମଣ୍ଡିକୁ ଆଣି ବିକ୍ରି କରି ନପାରି ଜଗି ରହୁଛନ୍ତି । ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀଙ୍କ ଆଗରେ ଉଭୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଉଠାଇବାକୁ ଦାବି କରିଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଚାଷୀ ତୀବ୍ର ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.