ETV Bharat / state

ଅଧପନ୍ତରିଆ ହୋଇପଡିଛି ତେଲନଦୀ ରିଂ ରୋଡ଼ ନିର୍ମାଣ କାର୍ଯ୍ୟ

author img

By

Published : Mar 19, 2021, 11:14 AM IST

ସୁବର୍ଣ୍ଣପୁର ତେଲନଦୀ କୂଳରେ ବନ୍ୟା ଦାଉରୁ ରକ୍ଷା ପାଉଁ ହେଉଥିବା ରିଂ ରୋଡ କାର୍ଯ୍ୟ ଅଧପନ୍ତରିଆ ହୋଇପଡିରହିଛି । ଦୀର୍ଘ 10 ବର୍ଷରୁ ଅଧିକ ସମୟ ହେଲା ରିଂ ରୋଡ଼ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅଧିକ ପଢନ୍ତୁ...

ringroad work neglated  in tela river of subarnapur
ଅଧପନ୍ତରିଆ ହୋଇପଡିଛି ତେଲନଦୀ ରିଂରୋଡ଼ ନିର୍ମାଣ କାର୍ଯ୍ୟ

ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ମହାନଦୀ କୂଳରେ ଗଢି ଉଠିଥିବା ଏହି ପ୍ରାଚୀନ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମହାନଦୀ ପୋଲ ଠାରୁ ଆରମ୍ଭ କରି ତେଲନଦୀ ପୋଲ ଯାଏଁ ରିଂ ରୋଡ଼ ତିଆରି କରାଯାଉଛି ।

ସୁବର୍ଣ୍ଣପୁର ଜିଲ୍ଲା ତେଲନଦୀ କୂଳେରେ ପ୍ରାୟ 2 କିଲୋମିଟର ରିଂ ରୋଡ଼ ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ଦୀର୍ଘ 10 ବର୍ଷରୁ ଅଧିକ ସମୟ ହେଲା ରିଂ ରୋଡ଼ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ମାତ୍ର 50 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି 50 ପ୍ରତିଶତ କାର୍ଯ୍ୟ ପର୍ଯ୍ୟନ୍ତ ଅଧପନ୍ତରିଆ ପଡି ରହିଛି । ପ୍ରଥମେ ଏହି ବନ୍ୟା ସୁରକ୍ଷା ବନ୍ଧ ବା ରିଂ ରୋଡ଼ ଜଳସେଚନ ବିଭାଗର ଅଧୀନରେ କାର୍ଯ୍ୟ ହେଉଥିଲା । ହେଲେ ସହରର ମହାନଦୀ କୂଳେ କୂଳେ ଦଶମତୀ ଘାଟରୁ କୁମ୍ଭାର ପଡା ପର୍ଯ୍ୟନ୍ତ ଏହି ରିଂ ବନ୍ଧର ଏକ ପୋଲ ତିଆରି କରିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 20 ଜାନୁଆରୀ 2011ରେ ଏହି ରିଂ ବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରି ଦୁଇ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସେପଟେ 10 ବର୍ଷ ବିତିଯାଇଥିଲେ ମଧ୍ୟ ରିଂ ବନ୍ଧର ଅବହେଳିତ ହୋଇପଡିଛି କାର୍ଯ୍ୟ ଶେଷ ହୋଇନାହିଁ । ତେବେ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କଲେ ସହରଟି ବନ୍ୟା ଦାଉରୁ ରକ୍ଷା ପାଇବା ସହିତ ଏହି ପ୍ରାଚୀନ ସହରର ଐତିହାସିକ କୀର୍ତିରାଜିର ବି ସୁରକ୍ଷା ହୋଇ ପାରିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.