ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଗୁରୁବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଶେଷ ହୋଇଛି ।

author img

By

Published : Jul 3, 2019, 11:33 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୂବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଗୁରୁବାର ରଥଯାତ୍ରା ପାଳନ କରାଯିବ । ଏଥିପାଇଁ ରଥ ଖଳାରେ ତିନି ଠାକୁରଙ୍କ ରଥ ପ୍ରସ୍ତୁତ ହୋଇ ରହିଛି । ସେହିପରି ସହରର ଦଧିବାମନ ମହାପ୍ରଭୁଙ୍କ ରଥ ଘୋଡାଘାଟ ପଡାର କଚେରୀ ଛକ ରଥ ଖଳାରେ ପ୍ରସ୍ତୁତ ହୋଇ ରହିଛି । ପାତାଳୀ ଶ୍ରୀ କ୍ଷେତ୍ରରେ ବି ତିନି ଠାକୁରଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ପାତାଳୀ ଶ୍ରୀ କ୍ଷେତ୍ରରେ ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରାଯିବ ।

ଏଥିପାଇଁ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସହିତ ତିନି ଠାକୁରଙ୍କ ରଥ ଟଣା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସାଇକେଲ, ମୋଟର ସାଇକେଲ, ଚାରି ଚକିଆ ଯାନ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଶ୍ରଦ୍ଧାଳୁଙ୍କ ଜୋତା ଚପଲ ରଖିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏଥିସହ ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ କରାଯିବା ସହିତ ରଥଟଣା କାର୍ଯ୍ୟ ସମ୍ପନ୍ନ କରାଯିବ । ଏପଟେ ମାଉସୀ ମା ମନ୍ଦିର କମିଟି ତରଫରୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇଙ୍କ ଦଶାବତାର ଦର୍ଶନ ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏଥିସହ ପ୍ରତିଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ବର୍ଷା ଦିନ ଆସିବା ସହ ନାଳ ନାର୍ଦମା ରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥାଏ।ଆଉ ଏହା ସହ ମଶା ମାଛି ଙ୍କ ଦ୍ୱାର ହେଉଥିବା ରୋଗ ଯଥା ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପିଥାଏ। ଏଥିପାଇଁ ସମ୍ବଲପୁର ଜିଲ୍ଳା ପ୍ରଶାସନ ସବୁବେଳେ ତତ୍ତ୍ୱର ରହିଛି।ସେଥିପାଇଁ ସମଗ୍ର ରାଜ୍ୟରେ ସମ୍ବଲପୁରକୁ ସର୍ବାଧିକ ପ୍ରତିଶତ ର ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ହ୍ରାସ କରିଥିବା ଜିଲ୍ଲାର ମାନ୍ୟତା ମିଳିଛି। ସବୁଠାରୁ ବଡ଼ କଥା ହେଲା ଏମିତି 2017 ରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜଣେ ବି ଲୋକ ଡେଙ୍ଗୁ ବା ମ୍ୟାଲେରିଆ ରେ ମରିନଥିବାର ଜିଲ୍ଲା ପ୍ରଶାସନ ଦାବି କରିଛି।

Body:ସମ୍ବଲପୁର କୁ ଡେଙ୍ଗୁ ଓ ମ୍ୟାଲେରିଆ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି। ଆଗାମୀ ଦିନରେ ସମ୍ବଲପୁର ରେ ଯେପରି ମ୍ୟାଲେରିଆ ଓ ଡେଙ୍ଗୁ ନବ୍ୟାପେ ସେନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ।ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିଡିଏମ,ଏଡିଏମଓ, ମେଡିକାଲ ଅଫିସର ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ସ୍ଲାଇଡ଼ ସୋ ମାଧ୍ୟମରେ ଆଗାମୀ ଦିନରେ ମ୍ୟାଲେରିଆ ଓ ଡେଙ୍ଗୁ କୁ କିପରି ତୃଣମୂଲ ସ୍ତରରୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବିଗତ 5 ବର୍ଷ ଉପରେ ନଜର ପକାଇଲେ 2014 ରେ 20482 ଜଣ,2015 ରେ 16884, 2016 ରେ 12446 ,2017 ରେ 5119,2018 ରେ 319 ଓ 2019 ରେ ବର୍ତ୍ତମାନ ସୁଦ୍ଧା 14 ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ମୃତ୍ୟୁ ହାର ଦେଖିଲେ 2014 ରେ ଜଣେ, 2015 ରେ 2 ଜଣ,2016 ରେ ଜଣେ ରୋଗୀ ଙ୍କ ମୃତ୍ୟୁ ହୋଇଥିବା ବେଳେ 2017 ରୁ ଆଜି ପର୍ଯ୍ୟନ୍ତ ଜଣେ ବି ରୋଗୀ ମ୍ୟାଲେରିଆ ରେ ମାରିନାହାନ୍ତି। ଏପଟେ 2014 ରେ 4, 2015 ରେ 0, 2016 ରେ 7 ଜଣ, 2017 ରେ 15 ଜଣ,2018 ରେ 12 ଜଣ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଜଣେ ବି ମରି ନାହାନ୍ତି। ଏହି ତଥ୍ୟ ଦେଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

ବାଇଟ-1- ଅଶୋକ କୁମାର ଦାସ, ଏ ଡି ଏମ ଓ, ମେଡିକାଲ,

ପୂର୍ବରୁ ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚକରେ ବହୁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ହେଇଥିବା ବେଳେ ବିଗତ କିଛି ବର୍ଷରେ ସ୍ୱାସ୍ଥ୍ୟ ବିଭାଗ ର ଯୋଜନାବଦ୍ଧ ପଦକ୍ଷେପ ଯୋଗୁ ଏଥିରେ ବହୁ ହ୍ରାସ ପରିଲକ୍ଷିତ ହୋଇଛି ।ନିରନ୍ତର ଫିଲଡ଼ ପରିଦର୍ଶନ, ତୃଣମୂଲ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ, ଗ୍ରାମଞ୍ଚଳ ରେ ରୋଗ ଚିହ୍ନଟ କରିବାର ସୁବିଧା, ପର୍ଯ୍ୟାପ୍ତ ପରିମାଣ ର ଔଷଧ ମହଜୁଦ ରଖିବା ଓ ମେଡିକାଲ ଅଫିସରଙ୍କ ନିରନ୍ତର ତଦାରଖ ମାଧ୍ୟମରେ ଏହି ସଫଳତା ମିଳିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ।

ବାଇଟ-2-ପଞ୍ଚାନନ ନାଏକ-ଡି ପି ଏଚ ଓ,ସମ୍ବଲପୁର।

Conclusion:ଆଗକୁ ବର୍ଷା ଦିନରେ ଏହି ଧାରା କିପରି ବଜାୟ ରହିବ ସେନେଇ ସଚେତନତା ଅଭିଯାନ 3 ମାସ ଜାରି ରହିବ ବୋଲି କୁହାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.