ETV Bharat / state

ବ୍ଲାଷ୍ଟିଂ ପ୍ରଭାବ, ମହାନଦୀରେ ଆଉ ଦେଖିବାକୁ ମିଳୁ ନାହାନ୍ତି ବିରଳ ପ୍ରଜାତିର ମାଛ - ସୋନପୁର ଗଡଜାତର ଜୀବନ ଜୀବିକା

ବଡ ବିପଦ ଭାବେ ଏବେ ଉଭା ହୋଇଛି ମହାନଦୀ ଗର୍ଭରେ ବ୍ଲାଷ୍ଠିଂ । ଏନେଇ ମହାନଦୀରେ ଦେଖିବାକୁ ମିଳୁନି ବିରଳ ପ୍ରଜାତିର ମାଛ । ଅଧିକ ପଢନ୍ତୁ

rare species of fish
rare species of fish
author img

By

Published : Mar 19, 2023, 12:19 PM IST

Updated : Mar 19, 2023, 12:36 PM IST

rare species of fish

ସୁବର୍ଣ୍ଣପୁର: ମହାନଦୀରେ ଆଉ ନାହାନ୍ତି ବିରଳ ପ୍ରଜାତିର ମାଛ । ଦିନେ ଯେଉଁ ନଦୀ ଗର୍ଭରେ ଶହ ଶହ ପ୍ରଜାତିର ମାଛ ଦେଖିବାକୁ ମିଳୁଥିଲା ଏବେ ଖାଲି 35 ପ୍ରଜାତିର ମାଛ ଦେଖିବାକୁ ମିଳୁଛି । ହେଲେ ବୁଦ୍ଧିଆ, ଜଲଂଗ, ବଇଁରୀ, ମୋଟଳା ଆଦି ବିରଳ ପ୍ରଜାତିର ମାଛ ଆଉ ଦେଖିବାକୁ ମିଳୁ ନାହାନ୍ତି । ସେହିପରି ଦିନକୁ ଦିନ ମାଛ ପ୍ରଜାତିର ସଂଖ୍ୟା ଓ ମାଛ ସଂଖ୍ୟା କମି କମି ଯିବାରେ ଲାଗିଛି ।

ତେବେ ଉତ୍କଳର ଜୀବନ ରେଖା ଭାବେ ପରିଚିତ ଚିରସ୍ରୋତା ମହାନଦୀ ସୋନପୁର ଗଡଜାତର ଜୀବନ ଜୀବିକାକୁ ପ୍ରାଚୀନ କାଳରୁ ପ୍ରଭାବିତ କରି ଆସିଛି । କାହିଁ କେତେ ଦିନରୁ ମହାନଦୀ କୂଳେ କୂଳେ ସୋନପୁର ଗଡଜାତ ସହର ଓ ଅନେକ ଛୋଟ ବଡ ଜନବସତି ଗଢି ଉଠିଛି । ମହାନଦୀ କୂଳିଆ ସଭ୍ୟତାର ଆର୍ଥିକ ବିକାଶକୁ ସବୁ ସମୟରେ ମହାନଦୀ ପ୍ରଭାବିତ କରିଛି । ହେଲେ ଏବେ ମହାନଦୀର ଜଳଧାରଣ କ୍ଷମତା ହ୍ରାସ, କମି ଯାଉଥିବା ଜଳ ସ୍ରୋତ, ମହାନଦୀ ଜଳରେ ସହରାଞ୍ଚଳରୁ ନିର୍ଗତ ଦୂଷିତ ଜଳର ମିଶ୍ରଣ ତଥା ଦିନକୁ ଦିନ ଉତ୍ତାପ ବୃଦ୍ଧି ସହିତ ପାଣି ଉତ୍ତପ୍ତ ହେଉ ଥିବାରୁ ମାଛ ପ୍ରଜାତିଙ୍କ ସଂଖ୍ୟା ଅହେତୁକ ଭାବେ ହ୍ରାସ ହେଉଛି ।

ସେହିପରି ସବୁଠୁ ବଡ ବିପଦ ଭାବେ ଏବେ ଉଭା ହୋଇଛି ମହାନଦୀ ଗର୍ଭରେ ବ୍ଲାଷ୍ଟିଂ । ଅସାମାଜିକ ତଥା ଦୁର୍ବୃତ୍ତ ବ୍ୟକ୍ତି ବିଶେଷ ମହାନଦୀ ଜଳରେ ବ୍ଳାଷ୍ଟିଂ କରି ଅପ୍ରାକୃତିକ ଉପାୟରେ ମାଛ ମାରୁଛନ୍ତି । ଫଳରେ ଖାଲି ମାଛ ପ୍ରଜାତି ଉପରେ ପ୍ରଭାବ ପଡୁଛି ତାହା ନୁହେଁ ,ଅନ୍ୟାନ୍ୟ ଜଳଚର ଜୀବଙ୍କର ମଧ୍ୟ ସଂଖ୍ୟା ଅହେତୁକ ଭାବେ କମିବାରେ ଲାଗିଛି । ପରିବେଶର ସନ୍ତୁଳନ ବିଗିଡିଯିବା ସହିତ ତାହା ନଦୀକୂଳିଆ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉପର ପ୍ରଭାବ ପଡୁଛି । ତେବେ ମହାନଦୀର ସ୍ବଚ୍ଛ ଓ ନିର୍ମଳ ବାରିଧାରାକୁ ବଜାୟ ରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ଉଦ୍ୟମ ଜାରି ରହିଛି । ତଥାପି ମହାନଦୀର ସ୍ବଚ୍ଛ ଓ ନିର୍ମଳ ଜଳକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମହାନଦୀର ଜଳଧାରଣ କ୍ଷମତା ବଢାଇବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି ହେଉଛି ।

ଅନ୍ୟପଟେ ପ୍ରଦୂଷଣ ମୁକ୍ତ ମହାନଦୀ ଓ ବାରିପୂର୍ଣ୍ଣ ମହାନଦୀ ପାଇଁ ଏବେ ଜନସାଧାରଣଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ଥିବା ପରିବେଶବିତ ମାନେ ମତ ପ୍ରଦାନ କରିଛନ୍ତି । ଦିନ ଥିଲା, ଜିଲ୍ଲାର ମତ୍ସ୍ୟଜୀବୀମାନେ ଦୈନିକ ଶହ ଶହ କୁଇଣ୍ଟାଲ ମାଛ ଓ ଚିଙ୍ଗୁଡି ମାରି ଜିଲ୍ଲାର ଆବଶ୍ୟକତା ମେଣ୍ଟାଇବା ସହିତ ପଡୋଶୀ ବରଗଡ ,ବଲାଙ୍ଗୀର ଆଦି ଜିଲ୍ଲାକୁ ରପ୍ତାନୀ କରୁଥିଲେ । ହେଲେ ଏବେ ମାଛ ସଂଖ୍ୟା କମି କମି ଯାଉଥିବାରୁ ଜିଲ୍ଲାର ଜନସାଧାରଣ ମାଛ ପାଇଁ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ମାଛ ଉପରେ ନିର୍ଭର କରୁଛନ୍ତି । ଏନେଇ ପ୍ରଦୂଷଣମୁକ୍ତ ମହାନଦୀ ସଂପର୍କରେ ଏବେ ସଭିଏଁ କାର୍ଯ୍ୟ କରିବାର ବେଳ ଆସିଥିବା ପରିବେଶବିତମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Mar 19, 2023, 12:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.