ETV Bharat / state

କୋରୋନା କଟକଣା, ରାକ୍ଷୀ ପର୍ବ ପାଇଁ କମିଛି ଉତ୍ସାହ

author img

By

Published : Aug 2, 2020, 3:24 AM IST

ସୁବର୍ଣ୍ଣପୁରରେ ଆଗାମୀ ଶ୍ରାବଣ ପୂର୍ଣ୍ଣିମାରେ ରାକ୍ଷୀ ପର୍ବ ପାଳନ ପାଇଁ ଲୋକଙ୍କ ଭିତରେ ଉତ୍ସାହ ନ ଥିବା ଦେଖିବାକୁ ମିଳିଛି ।

Rakshi festival may affect by Covid-19
କୋରୋନା କଟକଣା, ରାକ୍ଷୀ ପର୍ବ ପାଇଁ କମିଛି ଉତ୍ସାହ

ସୁବର୍ଣ୍ଣପୁର: ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ ମନାସୀ, ନିଜର ରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧେ ପବିତ୍ର ରାକ୍ଷୀ । ତେବେ ଚଳିତ ବର୍ଷ ମହାମାରୀ କୋରୋନା ଭାଇରସ ପାଇଁ ଫିକା ପଡିଛି ରାକ୍ଷୀ ବଜାର ।

ସୁବର୍ଣ୍ଣପୁରରେ ଆଗାମୀ ଶ୍ରାବଣ ପୂର୍ଣ୍ଣିମାରେ ରାକ୍ଷୀ ପର୍ବ ପାଳନ ପାଇଁ ଲୋକଙ୍କ ଭିତରେ ଉତ୍ସାହ ନ ଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ସଟଡାଉନ ପାଇଁ ଅଧିକାଂଶ ସମୟରେ ରାକ୍ଷୀ ଦୋକାନ ଗୁଡ଼ିକ ବନ୍ଦ ରହୁଛି । ଝିଅ, ଭଉଣୀ ଓ ଗୃହିଣୀ ମାନେ ବାହାରକୁ ବାହାରୁ ନ ଥିବାରୁ ରାକ୍ଷୀ ବଜାରରେ ବ୍ୟବସାୟ ମାନ୍ଦା ହୋଇଛି ।

ବ୍ୟବସାୟୀ ମାନେ ବି ଏଥର ନୂଆ ଡିଜାଇନର ରାକ୍ଷୀ ଦୋକାନରେ ପ୍ରଦର୍ଶିତ କରି ନାହାନ୍ତି । ସହରରେ ହାତଗଣତି ଅଳ୍ପ କିଛି ସ୍ଥାନରେ ରାକ୍ଷୀ ଷ୍ଟଲ୍ ଲାଗିଛି । କର୍ଫ୍ୟୁ ଓ ଲକଡାଉନ ପାଇଁ ଉଭୟ ଗ୍ରାହକ ଓ ବ୍ୟବସାୟୀ ନିରାଶ ହୋଇଛନ୍ତି । ତେବେ ଶ୍ରାବଣ ପୂର୍ଣ୍ଣିମାରେ ଗୃହିଣୀ ମାନେ ଦେବୀ ଲକ୍ଷ୍ମୀଙ୍କ ଠାରେ ପୂଜାବିଧି କରି ରାକ୍ଷୀ ପାଳନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ କୋରୋନା ସଂକ୍ରମଣ ଭୟ ଥିବାରୁ ଅନେକ ଯାତ୍ରା ପସନ୍ଦ କରୁନାହାନ୍ତି ।

ଫଳରେ କୋରିୟର ଓ ପୋଷ୍ଟ ଅଫିସ ମାଧ୍ୟମରେ ଭଉଣୀ ମାନେ ଭାଇଙ୍କ ପାଇଁ ରାକ୍ଷୀ ପଠାଉଥିବା ଦେଖିବାକୁ ମିଳିଛି । ତେବେ ଅଧିକାଂଶ ଭଉଣୀ ଏଥର ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.