ETV Bharat / state

ଦେବୀ ମା ସୁରେଶ୍ବରୀଙ୍କ ରାଜ ରାଜେଶ୍ଵରୀ ବେଶ - ମା ସୁରେଶ୍ବରୀ

ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ଦଶମୀ ତିଥିରେ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ

ରାଜ ରାଜେଶ୍ଵରୀଙ୍କ ବେଶ ଧାରଣ କଲେ ମା' ସୁରେଶ୍ବରୀ

author img

By

Published : Oct 4, 2022, 2:12 PM IST

ସୁବର୍ଣ୍ଣପୁର: ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା' ସୁରେଶ୍ବରୀ । ସୋନପୁର ଗଡଜାତର ଇଷ୍ଟ ଦେବୀ ମା' ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ଦଶମୀ ତିଥିରେ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ମହାଳୟରୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ମା' ।

ରାଜ ରାଜେଶ୍ଵରୀଙ୍କ ବେଶ ଧାରଣ କଲେ ମା' ସୁରେଶ୍ବରୀ

ଦେବୀ ମା' ମହାଳୟା ତିଥିରେ ଧବଳମୁଖୀ ବେଶ ଧାରଣ କରୁଥିବାବେଳେ ଦଶମୀରେ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମା' ସୁରେଶ୍ବରୀ ମହାଳୟାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଚଣ୍ଡୀ ବେଶ ଧାରଣ କରିବା ପରମ୍ପରା ରାଜା ରାଜୁଡା ଅମଳରୁ ଚାଲି ଆସିଛି । ଐତିହାସିକ ବଳିଯାତ୍ରା ମହାଳୟାରୁ ଆରମ୍ଭ ହୋଇଥିଲା ।

ଦେବୀ ସୁରେଶ୍ବରୀଙ୍କ ପୀଠ ମହାବଳୀ ଯାତ୍ରାର ଏକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ଆଶ୍ବିନ ମାସ ଶୁକ୍ଲ ପକ୍ଷରେ ଏହି ଦେବୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଶ୍ରଦ୍ଧାଳୁମାନେ ମହାବଳୀ ଯାତ୍ରାରେ ସାମିଲ ହୋଇ ଦେବୀ ପୀଠରେ ଆରତୀ ଦର୍ଶନ ସହିତ ଦେବୀ କୃପା ଲାଭ କରିବାକୁ କାହିଁ କେତେ ଦୂରରୁ ଛୁଟି ଆସନ୍ତି ଏହି ପୂଣ୍ୟ ପୀଠକୁ ।

ତେବେ ଅନେକ ଶ୍ରଦ୍ଧାଳୁ ମହାନବମୀ ରାତ୍ରିର ମହାବଳୀ ପର୍ବରେ ଯୋଗ ଦେଇ ଦେବୀ ମା' ସୁରେଶ୍ବରୀଙ୍କ ମହିଷାମର୍ଦ୍ଦିନୀ ବେଶ ଦେଖିବା ସହିତ ଦଶମୀ ତିଥିର ପାହାନ୍ତିଆ ପର୍ବରେ ଦେବୀଙ୍କ ରାଜରାଜେଶ୍ବରୀ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଏନେଇ ଚଳିତ ବର୍ଷ ମନ୍ଦିର କମିଟି, ବଳୀଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ଦେବୀଙ୍କ ଶୃଙ୍ଖଳିତ ବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.