ETV Bharat / state

ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ବରୀ - ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ବରୀ

ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା' ସୁରେଶ୍ବରୀ ଆଜି ବିଜୟା ଦଶମୀରେ ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି ।

ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ବରୀ
author img

By

Published : Oct 7, 2019, 11:15 PM IST

ସୁବର୍ଣ୍ଣପୁର: ସହରର ଇଷ୍ଟ ଦେବୀ ମା' ସୁରେଶ୍ବରୀ ଆଜି ବିଜୟା ଦଶମୀରେ ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି । ଆଜି ସକାଳୁ ଏହି ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା' ସୁରେଶ୍ବରୀ

ଦେବୀ ମା'ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଲୋକାରଣ୍ୟ ହୋଇ ପଡ଼ିଥିଲା ମନ୍ଦିର ପରିସର । ଦେବୀମା' ଆଜି ସୋମବାର ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ମହାଳୟାରୁ ଆରମ୍ଭ କରି ଆଜିଯାଏଁ ବିଭିନ୍ନ ବେଶ ଧାରଣ କରିଥିଲେ । ପ୍ରଥମେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା, ଷୋଡଶୀ, ଭୈରବୀ, କାଳୀ ,ଭୁବନେଶ୍ଵରୀ, ଧୂମାବତୀ, ମହିଷମର୍ଦ୍ଦିନୀ, ଜୟଦୁର୍ଗା ଆଦି ବେଶରେ ଦର୍ଶନ ଦେଇଛନ୍ତି ।

ଦେବୀଙ୍କ ବେଶ ଦେଖିବା ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ନବମୀ ବଳୀରେ ସାମିଲ ହେବା ସହିତ ଦେବୀଙ୍କ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବହୁ ଦୂର ଦୁରାନ୍ତରୁ ଏହି ଦେବୀ ପୀଠରେ ପହଞ୍ଚିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଆଜି ବିଜୟା ଦଶମୀରେ ରାଜ ରାଜେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି।ଆଜି ସକାଳରୁ ଏହି ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।ଦେବୀ ମାଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଲୋକରଣ୍ୟ ହୋଇ ପଡ଼ିଥିଲା ମନ୍ଦିର ପରିସର।ଦେବୀ ମା ଆଜି ସୋମବାର ରାଜରାଜେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନକୁ ଦର୍ଶନ ଦେଇଥିବା ବେଳେ ମହାଳୟାରୁ ଆରମ୍ଭ କରି ଆଜିଯାଏଁ ବିଭିନ୍ନ ବେଶ ଧାରଣ କରିଥିଲେ ।ପ୍ରଥମେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା , ଷୋଡଶୀ , ଭୈରବୀ ,କାଳୀ ,ଭୁବନେଶ୍ଵରୀ ,ଧୂମାବତୀ ,ମହିଷ ମର୍ଦ୍ଦିନି ,ଜୟଦୁର୍ଗା ଆଦି ବେଶରେ ଦର୍ଶନ ଦେଇଛନ୍ତି।

Body:ଦେବୀଙ୍କ ବେଶ ଦେଖିବା ପାଇଁ ଆଜି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ନବମୀ ବଳୀରେ ସାମିଲ ହେବା ସହିତ ଦେବୀଙ୍କ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବହୁ ଦୂର ଦୁରାନ୍ତରୁ ଏହି ଦେବୀ ପୀଠକୁ ପହଞ୍ଚିଥିଲେ।ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.