ETV Bharat / state

ରାଧାକୃଷ୍ଣ ମଠ ବାବାଙ୍କ ହତ୍ୟା ମାମଲା: ପୋଲିସ ବିରୋଧରେ ଅଭିଯୁକ୍ତ ପରିବାରର ଅଭିଯୋଗ - ହତ୍ୟା ମାମଲା

ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ରାଧାକୃଷ୍ଣ ମଠର ବାବା କୃଷ୍ଣ ଚିନ୍ତନ ଦାସ ହତ୍ୟା ମାମଲାରେ ପୋଲିସ ବିରୋଧର ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ବାପା । ଅଧିକ ପଢନ୍ତୁ...

ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କ ପରିବାର

author img

By

Published : Jun 1, 2021, 1:12 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିଶିମୁଣ୍ଡା ରାଧାକୃଷ୍ଣ ମଠର ବାବା କୃଷ୍ଣ ଚିନ୍ତନ ଦାସ ହତ୍ୟା ମାମଲାରେ ପୋଲିସ ବିରୋଧର ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ବାପା । ପ୍ରକୃତ ହତ୍ୟାକାରୀକୁ ଗିରଫ ନ କରି ଜୋର ଜବରଦସ୍ତି ଅନ୍ୟମାନଙ୍କୁ ପୋଲିସ ଏହି ହତ୍ୟା ମାମଲାରେ ଛନ୍ଦି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୁକ୍ତ ଯୁବକର ବାପା ଗୋପାଳ ଚନ୍ଦ୍ର ମିଶ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କ ପରିବାର

ଅଭିଯୋଗ ଅନୁସାରେ ଗତ ମଇ ୨ ତାରିଖରେ ବିଶିମୁଣ୍ଡା ରାଧାକୃଷ୍ଣ ମଠର ମଠାଧିଶ କୃଷ୍ଣ ଚିନ୍ତନ ଦାସଙ୍କୁ କେହି ଜଣେ ଦୁର୍ବୃତ୍ତ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲା । ଏନେଇ ସୋନପୁର ପୋଲିସ ତଦନ୍ତ କରି ବାବାଙ୍କ ପରିବାର ଲୋକଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଦୀର୍ଘ ୬ ଦିନ ଧରି ବାବାଙ୍କ ପୁତୁରା ଶମ୍ଭୁ ଭୂଷଣ ମିଶ୍ର ଓ ଡୋଲାମଣି ମିଶ୍ରକୁ ଅକଥନୀୟ ନିର୍ଯାତନା ଦେଇଥିବା ଗୋପାଳ ଅଭିଯୋଗ କରିଛନ୍ତି । ଜଣେ ଡିଏସପି ତାଙ୍କ ପିଲାମାନଙ୍କୁ ନାନା ପ୍ରକାର ନିର୍ଯାତନା ଦେବା ସହ ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟମାନେ ସଂପୃକ୍ତ ଥିବାବେଳେ ଗୋପାଳଙ୍କ ପରିବାରକୁ ବିନା ଦୋଷରେ ପୋଲିସ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ଗୋଟିଏ ପଟେ ତାଙ୍କ ଭାଇକୁ ନିର୍ମମ ହତ୍ୟା ଓ ଅନ୍ୟପଟେ ତାଙ୍କ ଦୁଇ ପୁଅଙ୍କୁ ଅନ୍ୟାୟ ଭାବେ ପୋଲିସ ଗିରଫ କରି ଜେଲ ପଠାଇଥିବାରୁ ସେ ଭାଙ୍ଗି ପଡିଥିବା ଅଭିଯୋଗ କରିଛନ୍ତି । ତାଙ୍କ ପରିବାରର ଯଦି କିଛି ପ୍ରକାର ଅସୁବିଧା ହୁଏ, ତାହେଲେ ପୋଲିସ ସେଥି ପାଇଁ ଦାୟୀ ରହିବ ବୋଲି କହିଛନ୍ତି । ତେବେ ଏହି ମାମଲାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ଦ୍ଦୋଷରେ ଗିରଫ କରିଥିବା ତାଙ୍କ ପୁଅମାନଙ୍କୁ ଛାଡିବାକୁ ଗୁହାରି କରିଛନ୍ତି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାପାଳ, ପୋଲିସ ମହାନିର୍ଦ୍ଦେଶକ, ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.