ETV Bharat / state

କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ଗଣଧାରଣା - ସୁବର୍ଣ୍ଣପୁର ଜିଲ୍ଲା ଖବର

କୋଶଲି ଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି । ବରିଷ୍ଠ ଆଇନଜିବୀ ଗୋରେଖନାଥ ସାହୁଙ୍କ ନେତୃତ୍ବରେ ଏକାଡେମୀର ସଦସ୍ୟମାନେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି
କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି
author img

By

Published : Apr 1, 2022, 5:11 PM IST

ସୁବର୍ଣ୍ଣପୁର: କୋଶଲି ଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି । ବରିଷ୍ଠ ଆଇନଜିବୀ ଗୋରେଖନାଥ ସାହୁଙ୍କ ନେତୃତ୍ବରେ ଏକାଡେମୀର ସଦସ୍ୟମାନେ ଧାରଣାରେ ବସିଛନ୍ତି ।

କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ କୋଶଲୀ ସଂସ୍କୃତି ଏକାଡେମୀ ପକ୍ଷରୁ ଗଣଧାରଣା

କୋଶଲି ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ କରିବା ସହିତ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବା ,ବିଦ୍ୟାଳୟ ଗୁଡିକରେ କୋଶଲି ଭାଷାରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିବା ତଥା କୋଶଳାଞ୍ଚଳରେ କୋଶଲି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଦିନରୁ କୋଶଲି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ହୋଇ ଆସୁଛି ।

ସେହିପରି କୋଶଲି ଭାଷାକୁ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି । ତେବେ ଉଭୟ ସରକାର ନୀରବ ରହୁଥିବା ବେଳେ ତୁରନ୍ତ ଭାଷା ,ସାହିତ୍ୟ ଓ ସଂସ୍କୃତିର ରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଆଜି ଜିଲ୍ଲା ପ୍ରଶାସନ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରୁଥିବା ବେଳେ ଆଜି କୋଶଳ ପ୍ରେମୀ କୋଶଳାଞ୍ଚର ଭାଷା ,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.