ETV Bharat / state

ହାଥରସ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରି ଭୀମ ଆର୍ମିର ଆନ୍ଦୋଳନ

author img

By

Published : Oct 5, 2020, 2:41 PM IST

ଉତ୍ତର ପ୍ରଦେଶ ସରକାରଙ୍କୁ ନିକଟରେ ହାଥରସ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...

ୟୁପିର ହାଥରସ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରି ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ କରିବା ସହିତ ମୃତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି।

ଉତ୍ତର ପ୍ରଦେଶ ସରକାର ପୀଡିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ସୋମବାର ସହରର ଝୁପୁଡି ପଡା ଠାରେ ଥିବା ଭୀମ ଆର୍ମି କାର୍ଯ୍ୟାଳୟ ପକ୍ଷରୁ ଶତାଧିକ ସଭ୍ୟ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୃତ ପୀଡିତାର ପରିବାର ବର୍ଗଙ୍କୁ ସୁରକ୍ଷା ସହାୟତା ଦାବିରେ ସ୍ଲୋଗାନବାଜି କରିଥିଲେ।

ଦାବି ପୂରଣ ପାଇଁ ଭୀମ ଆର୍ମି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.