ETV Bharat / state

ଜମିପଟ୍ଟା ଦାବିରେ ଜିଲ୍ଲାପାଳ ଅଫିସ ଘେରିଲେ ବସ୍ତିବାସିନ୍ଦା

ପୁରାତନ ବସ୍ତି ବାସିନ୍ଦାଙ୍କୁ ବାସଗୃହ ପଟ୍ଟା ଓ ଉନ୍ନତ ବାସଗୃହ ଯୋଗାଇ ଦେବା ଦାବିରେ ଭଗବତୀପ୍ଳଟ ପଡାର ଜନସାଧାରଣଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଜମିହୀନ ପରିବାରକୁ ତୁରନ୍ତ ବାସଗୃହ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଜନସାଧାରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 6, 2019, 9:31 PM IST

ସୁବର୍ଣ୍ଣପୁର: ସହରର ଭଗବତୀପ୍ଳଟ ପଡାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଭଗବତୀ ମନ୍ଦିର ସମ୍ମୁଖରେ ଥିବା ୱାର୍ଡ ନଂ-14 ର ପୁରାତନ ବସ୍ତି ବାସିନ୍ଦାଙ୍କୁ ବାସଗୃହ ପଟ୍ଟା ଓ ଉନ୍ନତ ବାସଗୃହ ଯୋଗାଇ ଦେବା ପାଇଁ ଏହି ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଓଡିଶା ଭୂସଂସ୍କାର ଆଇନ 2017 ଅନୁଯାୟୀ ଏହି ବସ୍ତି ବାସିନ୍ଦାଙ୍କ ଦାବି ପୂରଣ କରିବା ପାଇଁ ଭଗବତୀପ୍ଲଟର ଜନସାଧାରଣ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭଗବତୀ ମନ୍ଦିର ସାମ୍ନାରେ ଥିବା ସରକାରୀ ଯାଗାରେ କିଛି ପରିବାର ରହି ଆସୁଛନ୍ତି । ସରକାରଙ୍କ ଦ୍ବାରା ନିଯୁକ୍ତ ଉଷା ସର୍ଭେ ବସ୍ତି ଅଞ୍ଚଳକୁ ସର୍ଭେ କରିବା ସହିତ ବାସଗୃହ ନମ୍ବରିଂ କରି ଜମି ମାପ କରିଥିଲେ ।

ପଟ୍ଟା ପ୍ରଦାନ ପାଇଁ ଭଗବତୀପ୍ଲଟର ଜନସାଧାରଣ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ଏମାନଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ପୌର ପରିଷଦ ଜନସାଧାରଣ ଦାବୀ ଉପସ୍ଥାପନ କରିଥିଲେ । ହେଲେ ପୌର ପରିଷଦ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟହୋଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବସ୍ତି ବାସିନ୍ଦାଙ୍କୁ ଏଲ ଆର ସି ପଟ୍ଟା ପ୍ରଦାନ କରିବା ସହିତ ପି ଏମ ଏ ୱାଇ ଯୋଜନାରେ ବାସଗୃହ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି । ଜମିହୀନ ଏହି ପରିବାର ଗୁଡିକୁ ତୁରନ୍ତ ବାସଗୃହ ପଟ୍ଟା ପ୍ରଦାନ କରିବା ପାଇଁ ଜନସାଧାରଣ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ସହରର ଭଗବତୀପ୍ଳଟ ପଡାର ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଅଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚିଥିଲେ ।ଭଗବତୀ ମନ୍ଦିର ସମ୍ମୁଖରେ ଥିବା ୱାର୍ଡ ନଂ-14 ର ପୁରାତନ ବସ୍ତି ବାସିନ୍ଦାଙ୍କୁ ବାସଗୃହ ପଟ୍ଟା ଓ ଉନ୍ନତ ବାସଗୃହ ଯୋଗାଇ ଦେବା ପାଇଁ ଏହି ଆନ୍ଦୋଳନ କରିଛନ୍ତି ।ଓଡିଶା ଭୂ ସଂସ୍କାର ଆଇନ 2017 ଅନୁଯାୟୀ ଏହି ବସ୍ତି ବାସିନ୍ଦାଙ୍କ ଦାବୀ ପୂରଣ କରିବା ପାଇଁ ଭଗବତୀପ୍ଲଟର ଜନସାଧାରଣ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।ଗତ ତିନି ଦଶନ୍ଧିରୁ ଅଧିକ ହେଲା ଭଗବତୀ ମନ୍ଦିର ସାମ୍ନାରେ ଥିବା ସରକାରୀ ଯାଗାରେ କିଛି ପରିବାର ରହି ଆସୁଛନ୍ତି ।ସରକାରଙ୍କ ଦ୍ବାରା ନିଯୁକ୍ତ ଉଷା ସର୍ଭେ ବସ୍ତି ଅଂଚଳକୁ ସର୍ଭେ କରିବା ସହିତ ବାସଗୃହ ନମ୍ବରିଂ କରି ଜମି ମାପ କରିଥିଲେ ।Body:ପଟ୍ଟା ପ୍ରଦାନ ପାଇଁ ଭଗବତୀପ୍ଲଟର ଜନସାଧାରଣ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏପରିକି ରାଜ୍ୟ ସରକାରଙ୍କ ଯାଗା ମିଶନ ଯୋଜନାରେ ଏମାନଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ପୌର ପରିଷଦ ଆଗରେ ତାଙ୍କର ଦାବୀ ଉପସ୍ଥାପନ କରିଥିଲେ ।ହେଲେ ପୌର ପରିଷଦ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟହୋଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏମାନଙ୍କୁ ଏଲ ଆର ସି ପଟ୍ଟା ପ୍ରଦାନ କରିବା ସହିତ ପି ଏମ ଏ ୱାଇ ଯୋଜନାରେ ବାସଗୃହ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ।ବାସଗୃହ ଜମିହୀନ ଏହି ପରିବାର ଗୁଡିକୁ ତୁରନ୍ତ ବାସଗୃହ ପଟ୍ଟା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।Conclusion:ବାଇଟ-1-ବିନୋଦିନି କଲତା , ଅଭିଯୋଗକାରୀ , ସୁବର୍ଣପୁର।
ବାଇଟ-2-ଲତା ନାଇକ , ଅଭିଯୋଗକାରୀ , ସୁବର୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.