ETV Bharat / state

କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବନ୍ୟା କ୍ଷତିଗ୍ରସ୍ତ - କ୍ଷତିପୂରଣ ଦାବିରେ ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ନରଡ଼ା ଓ ତୁଲୁଣ୍ଡା ଗ୍ରାମର ଶତାଧିକ ବନ୍ୟା କ୍ଷତିଗ୍ରସ୍ତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 1, 2019, 9:49 PM IST

ସୁବର୍ଣ୍ଣପୁର: କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ବନ୍ୟା କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ନରଡ଼ା ଓ ତୁଲୁଣ୍ଡା ଗ୍ରାମର ଜନସାଧାରଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ମୁତାବକ, ଗତ ଅଗଷ୍ଟ 13 ରେ ହୋଇଥିବା ନିବୃତ୍ତୀ ଯୋର ବନ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ନରଡ଼ା ଓ ତୁଲୁଣ୍ଡା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ରାଜସ୍ବ ବିଭାଗଠାରୁ କ୍ଷତିଗ୍ରସ୍ତଙ୍କୁ ଏବେ ସୁଦ୍ଧା ମିଳିପାରି ନାହିଁ ଘରଭଙ୍ଗା ଟଙ୍କା । ଏହି ସରକାରୀ ସହାୟତା ରାଶୀ ମାତ୍ର କିଛି ଲୋକଙ୍କୁ ମିଳିଥିବା ବେଳେ ଅନେକ ଲୋକ ଏଥରୁ ବଞ୍ଚିତ ହୋଇଥିଲେ । ଏପରିକି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର କ୍ଷତିପୂରଣ ମଧ୍ୟ ମିଳିନ ଥିବା ଅଭିଯୋଗ ହୋଇଛି । ତେବେ ଏହି ସହାୟତା ରାଶି ପ୍ରଦାନରେ ବ୍ୟାପକ ରାଜନୀତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ତେବେ ଏହି ଦିଗରେ ଦୁରନ୍ତ କାର୍ଯ୍ୟାନୁଷ୍ଠାନ ନେଵା ସହିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଆଗକୁ ଆଇନ ଆମାନ୍ୟ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ନରଡ଼ା ଓ ତୁଲୁଣ୍ଡା ଗାଁର ଜନସାଧାରଣ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି।ଯୁବ ନେତା ବଳଦେବ ବେଦବାକଙ୍କ ନେତୃତ୍ୱରେ ଶତାଧିକ ବନ୍ୟା କ୍ଷତିଗ୍ରସ୍ତ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଗତ 13 ଅଗଷ୍ଟରେ ହୋଇଥିବା ନିବୃତ୍ତୀ ଯୋର ବନ୍ୟାରେ ଉଭୟ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ହେଲେ ରାଜସ୍ବ ବିଭାଗ ପକ୍ଷରୁ ମାତ୍ର କିଛି ଲୋକଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଛି।ଏବେ ବି ଶତାଧିକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ଟଙ୍କା ଓ ରିଲିଫ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି।Body:ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ଓ ବାଲିଚର କ୍ଷତିପୂରଣ ବି ମିଳି ନ ଥିବା ଅଭିଯୋଗ ହୋଇଛି।ସହାୟତା ରାଶି ପ୍ରଦାନରେ ବ୍ୟାପକ ରାଜନୀତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।Conclusion:ତୁରନ୍ତ ଲୋକଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନେଵା ସହିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ଦାବି ପୂରଣ ନ ହେଲେ ଆଗକୁ ଆଇନ ଆମାନ୍ୟ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରୀ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.