ETV Bharat / state

ରାସ୍ତା ପ୍ରଶସ୍ତୀକରଣ ନେଇ ଉଚ୍ଛେଦ: ବିରୋଧ କଲେ କ୍ଷତିଗ୍ରସ୍ତ ପରିବାର - compensation demand '

ସୁବର୍ଣ୍ଣପୁର ପଟ୍ଟାଭାଡି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ । ରାସ୍ତା ପ୍ରଶସ୍ତ କରିବା ଦିଗରେ 21ଟି ପରିବାର ସହ ଅସ୍ଥାୟୀ ଦୋକାନକୁ ଉଚ୍ଛେଦ କରାଯାଉଥିବାବେଳେ ଏହାକୁ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 12, 2019, 2:24 PM IST

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଭାଡି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ । ସରକାରୀ ଜାଗାରେ ଘର କରି ରହୁଥିବାର ଲୋକଙ୍କୁ ଉଚ୍ଛେଦ କରାଯାଉଛି । ରାସ୍ତା ପ୍ରଶସ୍ତ ପାଇଁ ମହାନଦୀ ପୋଲ ଠାରୁ କୁନ୍ଦୁରୁକୁଶଲ ଛକ ପର୍ଯ୍ୟନ୍ତ ରହୁଥିବା 21ଟି ପରିବାର ଓ ଅସ୍ଥାୟୀ ଦୋକାନକୁ ହଟାଯାଉଛି । ଅନ୍ୟପଟେ, ଦୀର୍ଘ ଦିନ ଧରି ଘର ରହିଆସୁଥିବା ବ୍ୟକ୍ତି ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯିବା ସହ ଜିଲ୍ଲା ପୋଲିସର ସହାୟତାରେ ସଦର ପୌର ପରିଷଦ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି । ଗତ କିଛି ତଳେ ମହାନଦୀ ପୋଲରୁ କୁନ୍ଦୁରୁ କୁଶଳ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା 11 ଶହ ଗଛ କଟାଯାଇଥିଲା । ତେବେ ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ସରିଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଜାଗା ଦିଆଗଲେ ରାସ୍ତା କାମ ଆରମ୍ଭ ହେବ ବୋଲି ସଦର ତହସିଲଦାରଙ୍କ ପାଖରୁ ସୂଚନା ମିଳିଛି ।

ସେପଟେ, କ୍ଷତିଗ୍ରସ୍ତ ପରିବାରଙ୍କୁ ଜାଗା ମିଶନ ଯୋଜନାରେ ଘର ଉପଯୋଗୀ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି । ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଚାଲିଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ପଟାଭାଡିରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ହଟାଯାଉଛି ।ସରକାରୀ ଯାଗାରେ ଘର କରି ରହୁଥିବା ଲୋକଙ୍କୁ ଉଛେଦ କରାଯାଉଛି ।ମହାନଦୀ ପୋଲଠାରୁ କୁନ୍ଦୁରୁକୁଶଲ ଛକ ପର୍ଯ୍ୟନ୍ତ ଫୋର ଲେନ ରାସ୍ତା ନିର୍ମାଣ ପାଇଁ 21ଟି ପରିବାର ଘର ଓ ଅସ୍ଥାୟୀ ଦୋକାନ କରି ରହୁଥିବା ସରକାରୀ ଯାଗାରୁ ଆବଶ୍ୟକତା ଅନୁଯାୟୀ ଉଛେଦ କରାଯାଉଛି ।ଦୀର୍ଘ ଦିନରୁ ସରକାରୀ ଯାଗାରେ ଘର କରି ରହୁଥିବା ପରିବାରମାନେ ଏହି ଉଛେଦ ପ୍ରକ୍ରିୟାକୁ ବିରୋଧ କରୁଥିଲେ ।ହେଲେ ଆବଶ୍ୟକତା ଅନୁଯାୟୀ ଏହି ଉଛେଦ ପ୍ରକ୍ରିୟା ଚାଲିଛି ।ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଲ୍ଲା ପୋଲିସର ସହାୟତାରେ ସଦର ପୌର ପରିଷଦ ପକ୍ଷରୁ ଏହି ଉଛେଦ କରାଯାଉଛି ।Body:ଗତ କିଛି ଦିନ ତଳେ ମହାନଦୀ ପୋଲରୁ କୁନ୍ଦୁରୁ କୁଶଲ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା 11 ଶହ ଗଛ କଟାଯାଇଥିଲା ।ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ସରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଗା ଯୋଗାଇ ଦେଲେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି ସଦର ତହସିଲଦାରଙ୍କ ପାଖରୁ ସୂଚନା ମିଳିଛି । କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଯାଗା ମିଶନ ଯୋଜନାରେ ଘର ଉପଯୋଗୀ ଜମି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ତମାନେ ଦାବୀ କରିଛନ୍ତି ।ଏହି ଉଛେଦ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଚାଲିଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.