ETV Bharat / state

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ପାଇପ

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ । ପାଇପ ଡିପୋରେ ନିଆଁ ଲାଗି କୋଟି କୋଟି ଟଙ୍କାର ପାଇପ ଜଳି ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର ପାଇପ ପୋଡି ନଷ୍ଟ

author img

By

Published : Jun 12, 2022, 1:02 PM IST

Updated : Jun 12, 2022, 1:14 PM IST

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ । ପାଇପ ଡିପୋରେ ନିଆଁ ଲାଗି କୋଟି କୋଟି ଟଙ୍କାର ପାଇପ ଜଳି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ 2ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ପାଇପ

ସୂଚନାଅନୁସାରେ, ଜଳଯୋଗାଣ ପାଇଁ ବିଭିନ୍ନ ଗାଁରେ ପାଇପ ପୋତା ଚାଲିଥିବାରୁ ଲଂଗଲକଟାଠାରୁ ପାଣି ପାଇପ ନିଆଯାଉଥିଲା । କେହି ଜଣେ ବ୍ୟକ୍ତି ବିଲରେ ନଡ଼ା ପୋଡ଼ିବା ପାଇଁ ନିଆଁ ଲଗାଇ ଦେଇଥିବା ବେଳେ ଏହି ନିଆଁ ବିଲ ନିକଟରେ ରଖାଯାଇଥିବା ପାଇପରେ ଲାଗିଯାଇଥିଲା । ଯାହାଫଳରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ପାଇପ । ପାଇପ ଡିପୋରେ ଥିବା ସୁରକ୍ଷାକର୍ମୀ ଅଗ୍ନିଶମ ବାହିନୀକୁ ଖବର ଦେବାପରେ 2ଟି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ନିଆଁ ଲିଭାଇଭା ପାଇଁ ସକ୍ଷମ ହୋଇନାହାନ୍ତି । ଅଗ୍ନିକାଣ୍ଡ ଫଳରେ ଆକାଶରେ କଳାଧୂଆଁ ଛାଇ ଯାଇଥିବା ଦେଖାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jun 12, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.