ETV Bharat / state

ସୁବର୍ଣ୍ଣପୁରରେ ମାସ୍କ ନ ପିନ୍ଧି 1590 ଜଣ ଗଣିଲେ ତଣ୍ଡ, ଆଦାୟ ହେଲା 3 ଲକ୍ଷ - SUBARNAPUR NEWS

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ଠାରୁ 3 ଲକ୍ଷ 18 ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

police-collected-fine-for-not-wearing-mask-in-subarnapur
ସୁବର୍ଣ୍ଣପୁରରେ ମାସ୍କ ନ ପିନ୍ଧି 1590 ଜଣ ଗଣିଲେ ତଣ୍ଡ, ଆଦାୟ ହେଲା 3 ଲକ୍ଷ
author img

By

Published : May 2, 2020, 10:23 AM IST

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଲକଡାଉନକୁ କଡାକଡି କରାଯାଇଛି । କୋରୋନା ସଂକ୍ରମଣ ରୋକିବାକୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅନେକ ଏହାକୁ ମାନୁ ନଥିବାରୁ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯାଇଛି ।ଏପ୍ରିଲ 9ରୁ ଶୁକ୍ରବାର ପର୍ଯ୍ୟନ୍ତ ଜିଲ୍ଲାର 1590 ଜଣଙ୍କ ଠାରୁ ମୋଟ 3 ଲକ୍ଷ 18 ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏହାସହ ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ସେ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରେ ମାସ୍କ ନ ପିନ୍ଧି 1590 ଜଣ ଗଣିଲେ ତଣ୍ଡ, ଆଦାୟ ହେଲା 3 ଲକ୍ଷ
police collected fine for not wearing mask in subarnapur

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଘରୁ ବାହାରୁଛନ୍ତି । ହେଲେ ଅନେକ ଯିବା ଆସିବା ସମୟରେ ମାସ୍କ ପରିଧାନ କରୁ ନ ଥିବା ଦେଖିବାକୁ ମିଳୁଛି । ତେଣୁ ପୋଲିସ ରାଜସ୍ବ ଅଧିକାରୀ ଓ ପୌରପରିଷଦ କର୍ମଚାରୀଙ୍କ ସହଯୋଗରେ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କ ପାଖରୁ ଫାଇନ କାଟୁଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସଂକ୍ରମଣ ରୋକିବାକୁ ଏପ୍ରିଲ 9 ତାରିଖ ଠାରୁ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ମାସ୍କ ପିନ୍ଧିନଥିଲେ ଅତିକମରେ 500ଶହ ଟଙ୍କାର ଫାଇନ ଆଦାୟ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.