ETV Bharat / state

ମହିଳାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ କଲା ତରଭା ପୋଲିସ - ତରଭା ଥାନା ପୋଲିସକୁ ସଫଳତା

ସୁବର୍ଣ୍ଣପୁର ତରଭା ଥାନା ପୋଲିସକୁ ସଫଳତା । ହତ୍ୟାକାରୀ ଗିରଫ । ଅଧିକ ପଢନ୍ତୁ.....

police arrested  a murder  in subarnapur
ତରଭା ଥାନା ପୋଲିସକୁ ସଫଳତା
author img

By

Published : Apr 5, 2020, 11:44 PM IST

ସୁବର୍ଣ୍ଣପୁର: ତରଭା ଥାନା ପୋଲିସକୁ ସଫଳତା । ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

11ଦିନ ତଳେ ତରଭା ଥାନା ଅନ୍ତର୍ଗତ ମନହୀରା ଗାଁର ଦେବରାଜ ସେଠଙ୍କ ଖୋଲା କୂଅରୁ ପୋଲିସ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା । କୂଅ ପାଖରେ ପଡିଥିବା କିଛି କାଗଜପତ୍ରରୁ ମୃତ ମହିଳା ଦେବଗଡ଼ ଜିଲ୍ଲା ରିଆମାଲ ତେତେନ ବାହାଲ ଗାଁର ବୋଲି ଜଣାପଡିଥିଲା । ଏହି ତଥ୍ୟକୁ ଭିତ୍ତି କରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ତରଭା ଥାନା ପୋଲିସକୁ ସଫଳତା

ତରଭା ଥାନା ପଦ୍ମପୁର ଗାଁର ସନ୍ତୋଷ କୁମାର ଦାସଙ୍କ ସହିତ ଫୋନ ଯୋଗେ ମୃତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ମହିଳା ନିଜ ପରିବାର ଛାଡି ସନ୍ତୋଷଙ୍କ ପାଖକୁ ଚାଲି ଆସିଥିଲେ । ହେଲେ ସନ୍ତୋଷ ତାଙ୍କୁ ବିବାହ ନ କରି ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ । ପୋଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହତ୍ୟାକାଣ୍ଡର ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.