ETV Bharat / state

ପକ୍କାଘର କେଳେଙ୍କାରୀ: ଟଙ୍କା ଖାଇଗଲେ ସରକାରୀ ବାବୁ, ଗୁହାଳରେ ବଞ୍ଚୁଛନ୍ତି ହିତାଧିକାରୀ - ଉପ-ଜିଲ୍ଲାପାଳ

ଗରିବଙ୍କୁ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ଆଉ ସରକାରୀ ବାବୁ ଯୋଜନାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି ଦେଖନ୍ତୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 15, 2019, 11:29 PM IST

Updated : Oct 15, 2019, 11:39 PM IST

ସୁବର୍ଣ୍ଣପୁର: ରାଜ୍ୟରେ ସରକାରୀ ଆବାସ ଯୋଜନା ଦୁର୍ନୀତିରେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିଛି ସୁବର୍ଣ୍ଣପୁର ଜିଲ୍ଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଜୁ ପକ୍କା ଘର ଯୋଜନା ଜିଲ୍ଲାରେ କେମିତି ଲୁଟ ହୁଏ ବିଗତ ଦିନରେ ରାଜ୍ୟବାସୀ ଦେଖିଛନ୍ତି । ଆଜି ଆମେ ଆଉ ଏକ ଘୋଟାଲାକୁ ସାମନାକୁ ଆଣିଛୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଳୁଣ୍ଡା ଗ୍ରାମର । ଗାଁରେ ବସବାସ କରୁଥିଲେ ସ୍ବର୍ଗୀୟ ଗୋଲାପୀ ଭୋଇ । 2015-16 ଆର୍ଥିକ ବର୍ଷରେ ଗୋଲାପୀଙ୍କୁ ମିଳିଥିଲା (ଇନ୍ଦିରା ଆବାସ) ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ପରମେଶ୍ବର ଭୋଇଙ୍କୁ ପରିବର୍ତ୍ତନ କରି ନୂତନ ଭାବେ ମିଳିଥିଲା ଇନ୍ଦିରା ଆବାସ । ବିନିକା ପଞ୍ଚାୟତ ସମିତିରୁ 2015-16ରେ ପରମେଶ୍ବରଙ୍କୁ କାର୍ଯ୍ୟାଦେଶ ମଧ୍ୟ ମିଳିଲା । ସରକାରୀ ବାବୁଙ୍କ ନିର୍ଦ୍ଦେଶ ଆସିଲା ତୁରନ୍ତ ଘର ଭାଙ୍ଗି ପକ୍କା ଘର କରିବା ପାଇଁ ପ୍ରସ୍ତୁତ ରୁହ । କାର୍ଯ୍ୟାଦେଶ ପାଇବାର 7ଦିନ ମଧ୍ୟରେ ପ୍ରଥମ କିସ୍ତି ବାବଦକୁ ବ୍ୟାଙ୍କ ଜମା ଖାତାକୁ ଆସିବ 20ହଜାର ଟଙ୍କା ।

ସରକାରୀ ବାବୁଙ୍କ ନିର୍ଦ୍ଦେଶ ପରେ ପରମେଶ୍ବର ଘର ଭାଙ୍ଗି ଟଙ୍କା ଅପେକ୍ଷାରେ ରହିଲେ । ହେଲେ 7ଦିନ ବଦଳରେ ଆଜିକୁ 4ବର୍ଷ ହେଲା ଟଙ୍କା ଟିଏ ଜମା ଖାତାକୁ ଆସିଲା ନାହିଁ । ବାରମ୍ବାର ସରକାରୀ ଦପ୍ତରକୁ ଦୌଡିଦୌଡି ନିରାଶ ହେବା ପରେ ଏବେ ଗୁହାଳରେ ବାସ କରୁଛନ୍ତି ପରମେଶ୍ବର ଓ ତାଙ୍କ ପରିବାର । ଗରିବ ପରମେଶ୍ବର ପ୍ରତିଦିନ ରୋଜଗାର କଲେ ଘରେ ସମସ୍ତଙ୍କ ପେଟ ପୁରେ । ଏଭଳିସ୍ଥଳେ ସେ ନିଜ ଘରଟିଏ ସଜାଡିବାକୁ ଅସମର୍ଥ । ଫଳରେ ନିଜ ପତ୍ନୀ 2 ସନ୍ତାନଙ୍କୁ ନେଇ ଅତି ଦୟନୀୟ ଭାବେ ଗୁହାଳରେ ଜୀବନ ଯାପନ କରୁଛନ୍ତି ।

ଅନ୍ୟପଟେ ଉପ-ଜିଲ୍ଲାପାଳ ଏନେଇ ଅବଗତ ନଥିବା କହିଛନ୍ତି । ପ୍ରାଥମିକ ତଦନ୍ତ ପରେ ପରମେଶ୍ବରଙ୍କୁ କାର୍ଯ୍ୟାଦେଶ ମିଳିଥିବା ଜଣାପଡିଛି । ହେଲେ ଟଙ୍କା କାହିଁକି ମିଳିନି ତାର ତଦନ୍ତ ହେବ ବୋଲି ସେ କହିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟାଦେଶ ପାଇବା ସତ୍ବେ କାହିଁକି ଆଜି ପର୍ଯ୍ୟନ୍ତ ପରମେଶ୍ବରଙ୍କ ଖାତାକୁ ପଇସା ଆସିଲା ନାହିଁ ? ପରମେଶ୍ବରଙ୍କ ପକ୍କା ଘର ପାଇଁ ଆସିଥିବା ପଇସା ଗଲା କୁଆଡେ ? ଏଥିପାଇଁ କେଉଁ ବାବୁ ଦାୟୀ । କେବେ ମିଳିବ ପକ୍କା ଘର ପାଇଁ ଟଙ୍କା? ଟଙ୍କା ଅଛି ନା ସରକାରୀ ବାବୁ ନିଜ ପକେଟ ଗରମ କରିଦେଇଛନ୍ତି । ଯଦି ଟଙ୍କା ଅଛି ପରମେଶ୍ବରଙ୍କୁ କେବେ ମିଳିବ ତାହା ସାଧାରଣରେ ପ୍ରଶ୍ନ ଉଠିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Oct 15, 2019, 11:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.