ETV Bharat / state

ତରଭା ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କୁ ଛୁରାମାଡ଼ - ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛୁରାମାଡ । ଫାର୍ମାସିଷ୍ଟଙ୍କୁ ହେଲଥ ୟୁନିଟ ଡ୍ରାଇଭରଙ୍କ ଛୁରାମାଡ । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ..

ତରଭା ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କୁ  ଛୁରା ମାଡ଼

author img

By

Published : Nov 9, 2020, 10:16 PM IST

Updated : Nov 9, 2020, 10:24 PM IST

ସୁବର୍ଣ୍ଣପୁର: ଜିଲ୍ଲା ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଛୁରାମାଡ଼ ।ଡାକ୍ତରଖାନାର ମୋବାଇଲ ହେଲଥ୍‌ ୟୁନିଟର ଡ୍ରାଇଭର କିଶୋର ମହାପାତ୍ର ଡାକ୍ତରଖାନାର ଫାର୍ମାସିଷ୍ଟ ସ୍ବାତୀ ବଘେଲଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି।ହେଲେ ଫାର୍ମାସିଷ୍ଟ ସ୍ୱାତୀ ତାଙ୍କ ନିକଟରୁ ନିଜକୁ ମୁକୁଳିଥିବା ଜଣାପଡିଛି ।

ତରଭା ଡାକ୍ତରଖାନାରେ ଫାର୍ମାସିଷ୍ଟଙ୍କୁ ଛୁରାମାଡ଼

ତରଭା ମେଡିକାଲ ଅଫିସରଙ୍କ ସୂଚନା ଅନୁଯାୟୀ , ଗତ ତିନି ଦିନ ତଳେ ଫାର୍ମାସିଷ୍ଟ ସ୍ୱାତୀ, ଡ୍ରାଇଭର କିଶୋର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ। ମେଡ଼ିକାଲ କର୍ତ୍ତୃପକ୍ଷ ଏକ ଟିମ ଗଠନ କରି ଏହାର ତଦନ୍ତ କରିବା ସହିତ ଆଜି ଉଭୟଙ୍କୁ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ। ତେବେ ଡ୍ରାଇଭର ଏକପାଖିଆ ନିଷ୍ପତି ହେଉଛି କହି ତଦନ୍ତ ଟିମଙ୍କ ନିଷ୍ପତିର ପ୍ରତିବାଦ କରି ଡାକ୍ତରଖାନାରୁ ବାହାରି ଆସିଥିଲେ।ହେଲେ ଫାର୍ମାସିଷ୍ଟ ସ୍ୱାତୀଙ୍କୁ ଡାକ୍ତରଖାନା ପରିସରରେ ଦେଖି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫାର୍ମାସିଷ୍ଟଙ୍କ ଶରୀରର ବିଭିନ୍ନ ଯାଗାରେ ଛୁରା ମାଡରେ କ୍ଷତ ବିକ୍ଷତ ହୋଇଛି।

ସ୍ୱାତୀଙ୍କ ଅଭିଯୋଗ ଉପରେ ଡ୍ରାଇଭରକୁ ସ୍ଥାନୀୟ ପୋଲିସ ଗିରଫ କରିବା ସହିତ ପଚରା ଉଚୁରା କରୁଛି। ଆସନ୍ତାକାଲି ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ତରଭା ଥାନା ଅଧିକାରୀ ଆମକୁ ସୂଚନା ଦେଇଛନ୍ତି। ଛୁରା ମାଡ଼ର ସମ୍ପୂର୍ଣ୍ଣ ଘଟଣାକୁ ମେଡ଼ିକାଲ ଅଫିସର ଗଣମାଧ୍ୟମ ଆଗରେ ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Nov 9, 2020, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.