ETV Bharat / state

ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଲୋକ କଳାକାର ସଙ୍ଘର ସହାୟତା ଦାବି - Opera Artists

କୋରୋନା ମହାମାରୀ ସମୟରେ ଯାତ୍ରା ମଞ୍ଚ ଓ ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଦୀର୍ଘ ଦିନ କଳାକାର ଭତ୍ତା ପାଇଁ ଦାବି କରିଆସୁଥିଲେ ସୁଦ୍ଧା ଚୁପ୍ ବସିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସହାୟତା ଦାବି କରିଛି ଲୋକ କଳାକାର ସଙ୍ଘ

author img

By

Published : Oct 2, 2021, 8:21 PM IST

ସୁବର୍ଣ୍ଣପୁର: ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଜିଲ୍ଲାର କଳାକର । ଏନେଇ ଆଜି (ଶନିବାର) ଜିଲ୍ଲା ଦଣ୍ଡ ଓ ଲୋକ କଳାକାର ସଙ୍ଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଛନ୍ତି କଳାକାର । ତେବେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଲୋକ କଳାକାର ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଲୋକ କଳାକାର ସଙ୍ଘର ଉପଦେଷ୍ଟା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ କଳାକାରମାନେ ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଗାନ୍ଧିଜୀଙ୍କ ସୃତି ଚାରଣ କରିବା ପରେ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରିଥିଲେ ।

ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସହାୟତା ଦାବି କରିଛି ଲୋକ କଳାକାର ସଙ୍ଘ

ଏନେଇ ବିଭିନ୍ନ ପ୍ରକାରର ଲୋକବାଦ୍ୟ ଓ ଲୋକନୃତ୍ୟ ପରିବେଷଣ କରି ସହର ପରିକ୍ରମା କରିଥିଲେ । ତେବେ ଗାଁରୁ ସହର ଯାଏଁ ହଜାର ହଜାର ଲୋକ କଳାକାର ଲୋକ ଗୀତ, ଲୋକ ସଂଗୀତ ଓ ଲୋକ ନୃତ୍ୟକୁ ବଞ୍ଚାଇ ରଖିଥିବାବେଳେ ଏମାନଙ୍କୁ ରାଜ୍ୟ ସରକାର କଳାକାର ଭତ୍ତା ପ୍ରଦାନ ପାଇଁ ପ୍ରମାଣ ପତ୍ର ମାଗୁଥିବା ନେଇ ଅଭିଯୋଗ କରିଛନ୍ତି ।

ତେବେ ଲୋକ କଳାକାରମାନେ ମଞ୍ଚ ଅପେକ୍ଷା ଗାଁ ଦାଣ୍ଡ ଓ ରାସ୍ତାରେ ନିଜ କଳା ପରିବେଷଣ କରୁଥିବାବେଳେ ଲୋକ କଳାକାରମାନଙ୍କ ପାଖରେ କଳାକାର ପ୍ରମାଣ ପତ୍ର ନ ଥିବା କହିଛନ୍ତି । କଳାକାରଙ୍କୁ ସରକାର ନିଜ ତରଫରୁ ଚିହ୍ନଟ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କଳାକାର ସଙ୍ଘ ପକ୍ଷରୁ ଦାବି ହୋଇଛି ।

ପୂର୍ବରୁ ଅନେକବାର ଲୋକ କଳାକାର ସଙ୍ଘ ପକ୍ଷରୁ କଳାକାର ଚିହ୍ନଟ କରିବା ସହିତ କଳାକାର ଭତ୍ତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ହେଲେ କଳାକାରମାନଙ୍କ ପାଇଁ ସରକାରଙ୍କର କୌଣସି ଆନ୍ତରିକତା ନ ଥିବା ଅଭିଯୋଗ କରିଛନ୍ତି । ତେବେ ଦାବି ପୂରଣ ନ ହେବା ଯାଏଁ କଳାକାରମାନେ ନିଜ କଳା ପରିବେଷଣ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କଳାକାର ସଙ୍ଘର ଉପଦେଷ୍ଟା ଗୋବିନ୍ଦ ମହାରଣା ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.