ETV Bharat / state

ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ସୂବର୍ଣ୍ଣପୁରବାସୀ, ଜିଲ୍ଲାରେ ହ୍ରାସ ପାଇଛି ମାଛ ଉତ୍ପାଦନ - ସୂବର୍ଣ୍ଣପୁର ମାଛ ଉତ୍ପାଦନ ହ୍ରାସ

ସୂବର୍ଣ୍ଣପୁର ଜିଲ୍ଲାରେ ହ୍ରାସ ପାଇଛି ମାଛ ଉତ୍ପାଦନ । ଆନ୍ଧ୍ରପ୍ରଦେଶରୁ ଆମଦାନୀ ମାଛ ଉପରେ ନିର୍ଭର କରୁଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

less fish production
less fish production
author img

By

Published : Jun 15, 2023, 1:17 PM IST

less fish production

ସୂବର୍ଣ୍ଣପୁର: ଜିଲ୍ଲାରେ ହ୍ରାସ ପାଇଛି ଅହେତୁକ ମାଛ ଉତ୍ପାଦନ । ଏନେଇ ଜିଲ୍ଲାବାସୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ମାଛ ଉପରେ ନିର୍ଭର କରୁଛନ୍ତି । ଆନ୍ଧ୍ରପ୍ରଦେଶର ଚାଷୀମାନେ ଥର୍ମୋକୁଲରେ ତିଆରି ବଡ଼ବଡ଼ ପେଟିଗୁଡିକରେ ବରଫ ଦେଇ ମାଛ ରପ୍ତାନୀ କରୁଛନ୍ତି । ଯାହାଦ୍ବାରା ଆମଦାନୀ ମାଛ ଜିଲ୍ଲାକୁ ପହଞ୍ଚିବାକୁ ପ୍ରାୟ ସପ୍ତାହେ ଲାଗି ଯାଉଛି ।

ତେବେ ଦିନ ଥିଲା ମଧୁର ଜଳରେ ହଜାର ହଜାର କୁଇଣ୍ଟାଲ ଚିଙ୍ଗୁଡି ଓ ଉତ୍ପାଦନରେ ସୁବର୍ଣ୍ଣପୁର ସାରା ରାଜ୍ୟରେ ନାଁ କରିଥିଲା । ଜିଲ୍ଲାର ଆବଶ୍ୟକତା ପୂରଣ କରିବା ସହିତ ପଡୋଶୀ ଜିଲ୍ଲା ବରଗଡ , ବଲାଙ୍ଗୀର ,ଭବାନୀପାଟଣା , ନୂଆଁପଡା ଓ କନ୍ଧମାଳ ଆଦି ଜିଲ୍ଲାକୁ ମାଛ ରପ୍ତାନୀ କରୁଥିଲା । ଏପରିକି ଶହଶହ କୁଇଣ୍ଟାଲ ମାଛ ମଧ୍ୟ ବସ ଯୋଗେ ରାଜଧାନୀ ଭୂବନେଶ୍ବରକୁ ରପ୍ତାନୀ କରାଯାଉଥିଲା । ହେଲେ ମତ୍ସ୍ୟ ବିଭାଗର ଅବହେଳା ଯୋଗୁଁ ଚାଷୀମାନେ ଆଉ ମାଛ ଉତ୍ପାଦନରେ ମନୋନିବେଶ କରୁ ନାହାନ୍ତି । ସେପଟେ ମହାନଦୀ, ତେଲନଦୀ ଓ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଅପ୍ରାକୃତିକ ଉପାୟରେ ମାଛ ମରାଯାଉଥିବାରୁ ମାଛ ଉତ୍ପାଦନ ଅହେତୁକ ଭାବେ ହ୍ରାସ ପାଇଛି । ବ୍ଲାଷ୍ଟିଂ ଓ ରାସାୟନିକ ତେଲ ପ୍ରୟୋଗ କରି ଦୁର୍ବୁତ୍ତମାନେ ଅପ୍ରାକୃତିକ ଉପାୟ ଅବଲମ୍ବନ କରୁଛନ୍ତି । ଫଳରେ ମାଛ ଯାଆଁଳା ସମେତ ଅନ୍ୟାନ୍ୟ ଜଳଚରଜୀବଙ୍କ ସଂଖ୍ୟା ବି ଢେର କମିଛି ।

ତେବେ ପ୍ରତିବର୍ଷ ଲକ୍ଷ ଲକ୍ଷ ମାଛ ଯାଆଁଳା ମହାନଦୀ ଓ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରେ ବର୍ଷା ଦିନରେ ଛଡା ଯାଉଥିଲା । ହେଲେ ବର୍ତ୍ତମାନ ମତ୍ସ୍ୟ ବିଭାଗ ମାଛ ଯାଆଁଳା କେବଳ କାଗଜ କଲମରେ ଛାଡୁଥିବା ଅଭିଯୋଗ ହେଉଛି । ମହାନଦୀ ଗର୍ଭରେ ଓ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଦୁର୍ବୁତ୍ତମାନଙ୍କ ଅସାମାଜିକ କାର୍ଯ୍ୟ ଯୋଗୁଁ ମାଛ ଉତ୍ପାଦନ ବେଶ କମିଛି । ଏପରିକି ପଞ୍ଚୟତିରାଜ ବିଭାଗ ପକ୍ଷରୁ ଝରା, କେଉଟ ଆଦି ସଂପ୍ରଦାୟର ଲୋକଙ୍କୁ ପୋଖରୀ ଠିକା ଦିଆ ଯାଉ ନଥିବାରୁ ମାଛ ଉତ୍ପାଦନରେ ତାହାର ପ୍ରଭାବ ପଡିଛି । ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ଏକପ୍ରକାର ସଙ୍କଟରେ ପଡିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ, ମତ୍ସ୍ୟ ବିଭାଗ, ଜିଲ୍ଲା ପୋଲିସ ବିଭାଗ ମିଳିତ ଭାବେ ଜିଲ୍ଲାର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଲେ ଜିଲ୍ଲାବାସୀ ତାଜା ମଧୁର ଚିଙ୍ଗୁଡି ଓ ମାଛ ପାଇପାରିବା ସହିତ ଜିଲ୍ଲାର ଅର୍ଥନୈତିକ ପ୍ରଗତି ହୋଇ ପାରନ୍ତା । ସେପଟେ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜିବିକାରେ ଆର୍ଥିକ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏକ ଯୋଜନା ପ୍ରସ୍ତୁତ କରି ମତ୍ସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.