ETV Bharat / state

ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ୩ ପରିବାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ - ଅନଶନରେ 3ଟି ପରିବାର

Hunger Strike: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ତିନି ପରିବାର । ଘରୋଇ ଜମିକୁ ରାସ୍ତା ନିର୍ମାଣ ହେଲେ ବାସସ୍ଥାନ ହରାଇବେ ଗରିବ ଭୂମିହୀନ ପରିବାର । ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜବରଦଖଲକାରୀ । ଅଧିକ ପଢନ୍ତୁ

ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ୩ ପରିବାର , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

author img

By ETV Bharat Odisha Team

Published : Jan 10, 2024, 7:23 PM IST

ସ୍ଥାୟୀ ଘରଡିହ ପଟ୍ଟା ଦାବିରେ ୩ ପରିବାର , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

ସୁବର୍ଣ୍ଣପୁର: ସ୍ଥାୟୀ ଜମିପଟ୍ଟା ପାଇଁ ଆନ୍ଦୋଳନରେ ବସିଛନ୍ତି ୩ଟି ପରିବାର । ସୁବର୍ଣ୍ଣପୁର ଜିଲ୍ଲାର ସଦର ସୋନପୁର ବ୍ଲକ କଲାପଥର ଗାଁର ୩ଟି ପରିବାର ଲୋକେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଦୀର୍ଘ 60 ବର୍ଷ ଧରି ସରକାରୀ ସ୍ଥାନରେ ରହିଆସୁଛନ୍ତି ଅଷ୍ଟମୀ ତାଣ୍ଡି ଓ ତାଙ୍କ ଦୁଇ ପଡୋଶୀ । ହେଲେ ଉକ୍ତ ସରାକାରୀ ସ୍ଥାନରେ ଓମ୍ଫେଡ କାର୍ଯ୍ୟାଳୟ ନିର୍ମାଣ ହୋଇଛି । ଅଷ୍ଟମୀ ତାଣ୍ଡି ରହିଥିବା ସ୍ଥାନ ପଛରେ ରହିଛି ଅନେକ ଘରୋଇ ଜମି । ଏହି ଜମିକୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ଯାହାକୁ ନେଇ ଦେଖା ଦେଇଛି ବିବାଦ ।

ତେବେ ନିଜସ୍ୱ ଜାଗା ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନର ହେଇଛିନ୍ତି ଏହି ଗରିବ ଭୂମିହୀନ ପରିବାର । କଳାପଥର ଗାଁରେ ଓମ୍ଫେଡ଼ କମ୍ପାନୀର କାର୍ଯ୍ୟାଳୟ ତିଆରି କରାଯାଇଥିବା ବେଳେ ଓମ୍ଫେଡ଼ ସଂଲଗ୍ନ ସରକାରୀ ଜମିରେ ଅଷ୍ଟମୀ ତାଣ୍ଡି ଓ ତାଙ୍କ ଦୁଇ ପଡୋଶୀ ଘର କରି ରହି ଆସୁଛନ୍ତି । ତେବେ ଜବରଦଖଲକାରୀଙ୍କ ପଛ ପାଖରେ ଅନେକ ଘରୋଇ ମୂଲ୍ୟବାନ ଜମି ରହିଛି । ସେହି ଘରୋଇ ଜମିକୁ ରାସ୍ତା ତିଆରି ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ରାସ୍ତା ତିଆରି ହେଲେ ଉକ୍ତ ପରିବାର ବାସହରା ହେବା ସମ୍ଭାବନା ରହିଛି । ଯଦି ରାସ୍ତାଟି ଓମ୍ଫେଡ଼ ପାର୍ଶ୍ୱରେ ନିର୍ମାଣ କରାଯାଏ । ତାହାଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଓମ୍ଫେଡ଼ କର୍ତ୍ତୃପକ୍ଷ ଓ ରାଜସ୍ୱ ଅଧିକାରୀଙ୍କୁ ପୂର୍ବରୁ ସେମାନେ ଗୁହାରୀ କରିଥିଲେ । କିନ୍ତୁ ସେମାନଙ୍କ ଗୁହାରୀ ଶୁଣିନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସଙ୍କଟରେ ବାଦାମ ଚାଷୀ; ମିଳିପାରୁନି ସରକାରୀ ବିହନ, ଦାଉ ସାଧୁଛି ରୋଗ ପୋକ

ବର୍ତ୍ତମାନ ସେହି ଘରୋଇ ଜମିକୁ ରାସ୍ତା ତିଆରି ଆରମ୍ଭ ହୋଇଛି । ହେଲେ ବାରମ୍ବାର ଲୋକମାନେ ରାଜସ୍ବ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରସାଶନ ନା ରାସ୍ତା ତିଆରି ପାଇଁ ବାରଣ କରୁଛି ନା ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ତେବେ ଏହି ନିରୀହ ପରିବାରର ପ୍ରାୟ ୧୫ ଜଣ ସଦସ୍ୟ ସ୍ଥାୟୀ ଜମିପଟ୍ଟା ଦାବିରେ ଆଜି ଆମରଣ ଅନଶନରେ ବସିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଜମି ଓ ବାସହୀନ ମାନଙ୍କ ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନର ଅବହେଲା ଯୋଗୁଁ ଏହି ଭୂମିହୀନମାନେ ଅନେକ ଅସୁବିଧାର ସମ୍ମୁଖୀନର ହେଉଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.