ସୁବର୍ଣ୍ଣପୁର: ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପିଇଓ ରମାକାନ୍ତ ନାଏକଙ୍କୁ ନିଲମ୍ବିତ କରିଛନ୍ତି ।
2019-20 ଆର୍ଥିକ ବର୍ଷରେ ବିନିକା ବ୍ଳକର ଚାରୋଟି ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ହୋଇଥିଲା । ପିଇଓ ରମାକାନ୍ତ ଟ୍ୟାଗ ଅଫିସର ଭାବେ କାର୍ଯ୍ୟ କରିଥିଲେ ।
ଗରିବ ଲୋକଙ୍କୁ ଘର ଯୋଗାଇ ଦିଆ ନଯାଇ ଧନୀ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ