ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ତହସିଲ ଅନ୍ତର୍ଗତ ମହୁଲପାଲି ଗାଁର ଅଭିଭାବକ ମାନେ ବିଦ୍ୟାଳୟ ମିଶ୍ରଣର ପ୍ରତିବାଦ କରିଛନ୍ତି । ଗାଁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ମହୁଲପାଲି ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁ ବିଦ୍ୟାଳୟରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିଛି । ହେଲେ ଗାଁ ବିଦ୍ୟାଳୟକୁ ନିକଟସ୍ଥ କଦଲୀପାଲି ବିଦ୍ୟାଳୟରେ ମିଶ୍ରଣ କରାଯିବା ଫଳରେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ୩୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିିଶ୍ରଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ବର୍ତ୍ତମାନ ସରକାର ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅଭିଭାବକ ମାନେ ଆଶଙ୍କା କରିଛନ୍ତି । ତେବେ ଗାଁ ବିଦ୍ୟାଳୟ ଉଠିଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଗାଁ ଲୋକେ ସାମିିଲ ହେବେ ନାହିଁ ଓ ଭୋଟଦାନ କରିବେ ନାହିଁ ବୋଲି କହିଛନ୍ତି । ପୁଣି ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ