ETV Bharat / state

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ମଣ୍ଡିରୁ ଉଠିଲା ଧାନ - ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସୁବର୍ଣ୍ଣପୁରରେ ଗତ 15ଦିନରୁ ଅଧିକ ଦିନ ହେଲା ପ୍ୟାକ୍ସରୁ ଧାନ ଉଠିପାରୁ ନଥିବାବେଳେ ଚାଷୀମାନେ ଶୁକ୍ରବାର ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅଧିକ ପଢନ୍ତୁ...

paddy lift dagitation stopped
ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ଉଫୁଲା ପେକ୍ସରୁ ଉଠିଲା ଧାନ
author img

By

Published : Jan 31, 2020, 11:43 PM IST

ସୁବର୍ଣ୍ଣପୁର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ପ୍ୟାକ୍ସ ସମ୍ପାଦକ ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଗତ 15ଦିନରୁ ଅଧିକ ଦିନ ହେଲା ପ୍ୟାକ୍ସରୁ ଧାନ ଉଠିପାରୁ ନଥିବାବେଳେ ଏବେ ଜିଲ୍ଲାର ବିଭିନ୍ନ ମିଲର ପ୍ୟାକ୍ସକୁ ଗାଡି ପଠାଇ ଧାନ ଉଠାଉଛନ୍ତି ।

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ଉଫୁଲା ପେକ୍ସରୁ ଉଠିଲା ଧାନ

ସୂଚନାନୁଯାୟୀ, ଚାଷୀମାନେ ଧାନ ବିକ୍ରି କରିବାକୁ ଆଣି ପ୍ୟାକ୍ସ ପରିସରରେ ରଖି ରାତି ଉଜାଗର ହୋଇ ଜଗୁଥିଲେ । ବହୁ ଦାବି ପରେ ଚାଷୀଙ୍କ ଗୁହାରୀ କେହି ନଶୁଣିବାରୁ ଚାଷୀମାନେ ଆଜି (ଶୁକ୍ରବାର) ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ହେଲେ ଘଟଣାସ୍ଥଳକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ପ୍ୟାକ୍ସ ସମ୍ପାଦକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ନିଜେ ଗାଡ଼ି ମଗାଇ ଧାନ ଉଠାଇଥିଲେ । ବାକି ରହିଥିବା ଧାନ ଦୁଇ ଦିନ ଭିତରେ ଉଠିବା ସହିତ ଟୋକନ ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ସହିତ ଜିଲ୍ଲାର ଉଫୁଲା ପେକ୍ସର ଚାଷୀ ମାନଙ୍କ ସହିତ ହୋଇଥିବା ଆଲୋଚନା ସଫଳ ହୋଇଛି।ଏବେ ଜିଲ୍ଲାର ବିଭିନ୍ନ ମିଲର ପେକ୍ସକୁ ଗାଡି ପଠାଇ ଧାନ ଉଠାଉଛନ୍ତି।ଗତ15 ଦିନରୁ ଅଧିକ ହେଲା ପେକ୍ସରୁ ଧାନ ଉଠିପାରୁ ନ ଥିଲା।ଚାଷୀମାନେ ଧାନ ବିକ୍ରି କରିବାକୁ ଆଣି ପେକ୍ସ ପରିସରରେ ରଖି ରାତି ଉଜାଗର ହୋଇ ଜଗୁଥିଲେ।ବହୁ ଦାବି ଆପତ୍ତୀ ପରେ ଚାଷୀଙ୍କ ଗୁହାରୀ କେହି ନ ଶୁଣିବାରୁ ଚାଷୀ ମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ କରିଥିଲେ।Body:ଘଟଣାସ୍ଥଳକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ପହଂଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ।ପେକ୍ସ ସମ୍ପାଦକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ନିଜେ ଗାଡ଼ି ମଗାଇ ଧାନ ଉଠାଇ ଥିଲେ।ବାକି ରହିଥିବା ଧାନ ଦୁଇ ଦିନ ଭିତରେ ଉଠିବା ସହିତ ଟୋକାନ ସମସ୍ୟା ର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।
ବାଇଟ1-ଆନ୍ଦୋଳନକାରୀ ଚାଷୀ ,ଉଫୁଲା ।
ବାଇଟ2-ବିବେକାନନ୍ଦ କରକରା ,ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ।ସୁବର୍ଣ୍ଣପୁର।Conclusion:ସୁବର୍ଣ୍ଣପୁର ରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ।
Edited visual bytes with voice over.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.