ETV Bharat / state

ବର୍ଷାରେ ଗଜା ହେଉଛି ଧାନ, ବେଫିକର ପ୍ରଶାସନ - ସୁବର୍ଣ୍ଣପୁର

ବର୍ଷା ଯୋଗୁଁ କୃଷି ସେବା ସମିତିରେ ଗଜା ହେଉଛି ଧାନ । ମଣ୍ଡି ବନ୍ଦ ହେବା ସହ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ଧାନ ଚାଷୀ ଆଣିଥିବାରୁ ଧାନ ବିକ୍ରି ହୋଇପାରି ନାହିଁ । ଯାହାକୁ ନେଇ ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 2, 2019, 10:16 PM IST

ସୁବର୍ଣ୍ଣପୁର: ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିଥିଲେ ଚାଷୀ । ଆଶା ଥିଲା ଧାନ ବିକ୍ରି ହେବ ଭଲ ଦୁଇ ପଇସା ରୋଜଗାର ହେବ । ହେଲେ ବିଡମ୍ବନାର ବିଷୟ ଧାନ ବିକ୍ରି ହେବା ବଦଳରେ ବର୍ଷାରେ ଗଜା ହେଉଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକର ଚାଷୀ ।

ବ୍ଲକର ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଯାଲୋଏ କୃଷି ସେବା ସମବାୟ ସମିତିକୁ ଆଣିଥିଲେ । ହେଲେ ରବି ଋତୁରେ ନିର୍ଦ୍ଧାରିତ ଧାନ କ୍ରୟ ଶେଷ ହୋଇଥିବା କହି ସମିତି ଆଉ ଚାଷୀଙ୍କ ଠାରୁ ଧାନ କିଣିବାକୁ ମନା କରିଦେଇଥିଲା । ଫଳରେ ଚାଷୀ ସମିତି ପରିସରରେ ବିକ୍ରି ପାଇଁ ଗଚ୍ଛିତ ରଖିଥିବା ଧାନ ବର୍ଷାରେ ନଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ ଜୁନ 30 ତାରିଖ ମଧ୍ୟରେ ନିର୍ଦ୍ଧାରିତ ଧାନ କ୍ରୟ କରିବାକୁ ସମିତି ଗୁଡିକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ହେଲେ ଚାଷୀମାନେ ଅଧିକ ପରିମାଣରେ ଧାନ ବିକ୍ରି କରିବା ପାଇଁ ଆଣିଥିବାରୁ ସମିତି କର୍ତ୍ତୃପକ୍ଷ ଆଉ ଧାନ କିଣି ପାରି ନ ଥିଲେ । ପ୍ରଶାସନ ତରଫରୁ ନିର୍ଦ୍ଦେଶ ମିଳିବା ପରେ ଚାଷୀଙ୍କ ଧାନ କିଣିବେ ବୋଲି କହିଥିଲେ । ହେଲେ ଧାନ ନ କିଣିବାରୁ ଚାଷୀଙ୍କ ଧାନ ଲଗାଣ ଦୁଇ ଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି । ତେଣୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଧାନ କିଣିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ରବି ଋତୁ ଧାନ ଗଚ୍ଛିତ ଥିବା ସରକାରଙ୍କୁ ଜଣାଇ ଦେଇଥିବା କହିଛନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ସରକାରଙ୍କ ନିର୍ଦ୍ଦେଶ ଆସିଲେ ଧାନ କ୍ରୟ କରାଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯାଲୋଏ କୃଷି ସେବା ସମବାୟ ସମିତିରେ ଚାଷୀ ମାନଙ୍କ ରବି ୠତୁରେ ଉତ୍ପାଦିତ ଧାନ ବର୍ଷାରେ ଭିଜି ନଷ୍ଟ ହୋଇ ଯାଇଛି।ଚାଷୀ ମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ସମିତି କୁ ଆଣିଥିଲେ।ହେଲେ ରବି ଋତୁରେ ନିର୍ଧାରିତ ଧାନ କ୍ରୟ ଶେଷ ହୋଇଥିବା କହି ସମିତି ଆଉ ଚାଷୀ ମାନଙ୍କ ଧାନ କିଣି ନାହିଁ। ଫଳରେ ଚାଷୀ ସମିତି ପରିସରରେ ବିକ୍ରି ପାଇଁ ଗଛିତ ରଖିଥିବା ଧାନ ବର୍ଷା ରେ ନଷ୍ଟ ହୋଇଛି।ଜୁନ 30 ଭିତରେ ନିର୍ଧାରିତ ଧାନ କ୍ରୟ କରିବାକୁ ସମିତି ଗୁଡିକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦେଶ ଦେଇ ଥିଲେ। ହେଲେ ଚାଷୀମାନେ ଅଧିକ ପରିମାଣରେ ଧାନ ବିକ୍ରି କରିବା ପାଇଁ ଆଣି ଥିବାରୁ ସମିତି କର୍ତ୍ତୃପକ୍ଷ ଆଉ ଧାନ କିଣି ପାରି ନ ଥିଲେ। ପ୍ରଶାସନିକ ନିର୍ଦେଶ ମିଳିବା ପରେ ଚାଷୀ ମାନଙ୍କ ଧାନ କିଣିବେ ବୋଲି ଆଶା କରିଥିଲେ। ହେଲେ ଧାନ ନ କିଣିବାରୁ ଚାଷୀଙ୍କ ଧାନ ଲଗାଣ ଦୁଇ ଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଛି।ଚାଷୀମାନେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଖରେ ଧାନ କିଣିବାକୁ ଦାବି କରିଛନ୍ତି।Body:ଚାଷୀମାନେ ନିଜ ଉତ୍ପାଦିତ ଧାନ କିଣି ନେବାକୁ ପୂର୍ବରୁ ଅନୁରୋଧ କରିଥିଲେ। ହେଲେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମିତିକୁ କୌଣସି ନିର୍ଦେଶ ନ ଦେବାରୁ ଚାଷୀ ମାନଙ୍କ ଧାନ ବର୍ଷାରେ ଭିଜୁଛି।ଅପରପକ୍ଷରେ ଜୁନ 30ରେ ଧାନ ମଣ୍ଡି ବନ୍ଦ ହେବା ସହିତ ନିର୍ଧାରିତ କ୍ରୟ ପରିମାଣ ଶେଷ ହେବାରୁ ଚାଷୀଙ୍କ ଧାନ କିଣାଯାଇ ପାରି ନ ଥିବା ସହକାରୀ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି। ଚାଷୀଙ୍କ ରବି ୠତୁ ଧାନ ଗଛିତ ଥିବା ସରକାରଙ୍କୁ ଜଣେଇ ଦିଆ ଯାଇଛି। ସରକାରୀ ନିର୍ଦେଶ ଆସିଲେ ଧାନ କ୍ରୟ କରାଯିବ ବୋଲି କହିଛନ୍ତି।Conclusion:ବାଇଟ1 ଦଶରଥ ସାହୁ , ଚାଷୀ, ଧଳା ସାର୍ଟ ।
ବାଇଟ2 ଶିଶିର କୁମାର ବଘାର, ଚାଷୀ , କଳା ସାର୍ଟ ।
ବାଇଟ ସୁବୋଧ କୁମାର ହୋତା, ସହକାରୀ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ, ସୁବର୍ଣପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.