ETV Bharat / state

ଖେଳୁଥିବା ସମୟରେ ମାଡିଗଲା ଧାନମେସିନ: ଜଣେ ମୃତ, ଜଣେ ଗୁରୁତର

author img

By

Published : Dec 15, 2020, 3:39 PM IST

Updated : Dec 15, 2020, 3:47 PM IST

ସୁବର୍ଣ୍ଣପୁର ଧାନ ଅମଳ ମେସିନ ମାଡିଯାଇ ଜଣେ ବାଳକଙ୍କ ମୃତ୍ୟୁ । ଅନ୍ୟଜଣେ ଗୁରୁତର । ଅଧିକ ପଢନ୍ତୁ...

ଖେଳୁଥିବା ସମୟରେ ମାଡିଗଲା ଧାନମେସିନ: ଜଣେ ମୃତ, ଜଣେ ଗୁରୁତର
ଖେଳୁଥିବା ସମୟରେ ମାଡିଗଲା ଧାନମେସିନ: ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଧାନ ଅମଳ ମେସିନ ତଖା ଥ୍ରେସର ମାଡି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହେବାସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁଇ ବାଳକ ଖେଳୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ଗାଁର 10 ବର୍ଷିୟ ବାଳକ ପ୍ରଜା ତାଣ୍ଡି ଏବଂ 15 ବର୍ଷିୟ ବାଳକ କ୍ରିଷ୍ଣା ତାଣ୍ଡି ଆଜି(ମଙ୍ଗଳବାର) ସକାଳେ ଖେଳୁଥିଲେ । ଏହି ସମୟରେ ମେଘଲା ନିକଟସ୍ଥ ପ୍ରଧାନପାଲି ମୌଜା ଚାଷଜମିର ଖଳାରୁ କାମ ସାରି ଫେରୁଥିବା ଧାନ ଅମଳ ମେସିନ ତଥା ଥ୍ରେସର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଧାନ ମେସିନଟି ସେଠାରେ ଖେଳୁଥିବା ପ୍ରଜା ଓ କ୍ରିଷ୍ଣା ଉପରେ ଚଢି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ପ୍ରଜାର ପ୍ରାଣଯାଇ ଥିବାବେଳେ କ୍ରିଷ୍ଣା ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ କ୍ରିଷ୍ଣାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କ୍ରିଷ୍ଣାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Dec 15, 2020, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.