ETV Bharat / state

ବିଶ୍ବର କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେଲେ ଓଡିଶାର ବିଶ୍ୱ ବିଜୟିନୀ - ଓଡିଶାର ବିଶ୍ୱ ବିଜୟିନୀ

ବିଶ୍ବ ବିଜୟିନୀ ହୋଇଛନ୍ତି ବିଶ୍ବ ବିଜୟିନୀ ମିଶ୍ର । ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅରଗାନାଇଜେସନ ପକ୍ଷରୁ ଅନଲାଇନ ପ୍ରତିଯୋଗିତାରେ ସେ ବିଶ୍ବର କୁନି ସୁନ୍ଦରୀ ଭାବେ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ...

ବିଶ୍ବର କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେଲେ ଓଡିଶାର ବିଶ୍ୱ ବିଜୟିନୀ

author img

By

Published : Jan 30, 2021, 8:41 AM IST

ସୁବର୍ଣ୍ଣପୁର: ବିଶ୍ବ ବିଜୟିନୀ ହୋଇଛନ୍ତି ବିଶ୍ବ ବିଜୟିନୀ ମିଶ୍ର । ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅରଗାନାଇଜେସନ ପକ୍ଷରୁ ଅନଲାଇନ ପ୍ରତିଯୋଗିତାରେ ସେ ବିଶ୍ବର କୁନି ସୁନ୍ଦରୀ ଭାବେ ବିଜୟୀ ହୋଇଛନ୍ତି। ଆସନ୍ତା ଜୁଲାଇ ମାସରେ ନେପାଳରେ ହେବାକୁ ଥିବା ବିଶ୍ବ କୁନି ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।

ବିଶ୍ବର କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେଲେ ଓଡିଶାର ବିଶ୍ୱ ବିଜୟିନୀ

ତେବେ ସୁବର୍ଣ୍ଣପୁର ସହରର ତୃଷ୍ଣା ଓ ତରୁଣ ମିଶ୍ରଙ୍କ 11 ବର୍ଷୀୟ ବାଳିକା ଆନ୍ତର୍ଜାତିକ କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଆଜି ସ୍ଥାନୀୟ ପ୍ରୋଗ୍ରେସ ଇନ୍ ସମ୍ମିଳନୀ କକ୍ଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଶ୍ବ ବିଜୟିନୀଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଆ ଚଳଚିତ୍ର ଜଗତର ବରିଷ୍ଠ କଳାକାର ଅଟଳ ବିହାରୀ ପଣ୍ଡା ଏହି ସଭାରେ ଯୋଗ ଦେଇ ବିଶ୍ବ ବିଜୟିନୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ପ୍ରତିଯୋଗିତାରେ ବିଶ୍ବ ବିଜୟିନୀଙ୍କ ମଡେଲ ଓ ରାମ୍ପ ଫଟୋ, ଭିଡିଓ ଅନଲାଇନରେ ଦିଆଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.