ETV Bharat / state

ସୁବର୍ଣ୍ଣପୁରରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା, ଡାଇଲିସିସ କେନ୍ଦ୍ର ଖୋଲିବାକୁ ଦାବି - ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି

ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି ଗାଁର ବଢୁଛି କିଡନୀ ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଡାଇଲିସିସ୍ କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା, ଡାଇଲିସିସ କେନ୍ଦ୍ର ଖୋଲିବାକୁ ଦାବି

author img

By

Published : Apr 26, 2021, 1:03 PM IST

Updated : Apr 26, 2021, 1:21 PM IST

ସୁବର୍ଣ୍ଣପୁର: ଜିଲ୍ଲା ଘଣ୍ଟୋପାଲି ଗାଁର କିଡନୀ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏନେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଜିଲ୍ଲାରେ ଡାଇଲିସିସ୍ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ବଡ଼ ମେଡ଼ିକାଲ ପଠାଇ ଚିକିତ୍ସା ପ୍ରଦାନ କରାଯିବ, ଗରିବ ଶ୍ରେଣୀର ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ଏବଂ ଏକ ଡାକ୍ତରୀ ଦଳ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

ତେବେ ବାରମ୍ବାର ଆନ୍ଦୋଳନ ପରେ ବି ଡାଇଲିସିସ କେନ୍ଦ୍ର ଜିଲ୍ଲାରେ ଖୋଲାଯାଉ ନଥିବାରୁ ରୋଗୀମାନେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଠିକ ଭାବେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଉ ନ ଥିବା ଅଭିଯୋଗ ହେଉଛି । ସୂଚନାଅନୁଯାଇ ଗତ ଚାରି ବର୍ଷ ଭିତରେ ଘଣ୍ଟପାଲି ଗାଁରେ ଛଅଜଣ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ ୧୫ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରୋଗ ବ୍ୟାପିବାର କାରଣ ଜଣା ନଥିଲେ ବି ଦୂଷିତ ପାଣି ହିଁ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି ।

ସୁବର୍ଣ୍ଣପୁରରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା, ଡାଇଲିସିସ କେନ୍ଦ୍ର ଖୋଲିବାକୁ ଦାବି

ନଳକୂପରୁ ଫ୍ଲୋରାଇଡ ଯୁକ୍ତ ପାଣି ହୋଇ ଥିବାରୁ ଲୋକେ କିଡନୀ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁରେ ୫୦ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ପରିବାରର କେହି ନା କେହି କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଗାଁର ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବାରୁ ଏମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଗାଁରେ ଆଜି ଯାଏଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ପାରି ନାହିଁ ।

ଫଳରେ କିଡନୀ ରୋଗରେ ସାରା ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ତୁରନ୍ତ ଜିଲ୍ଲାରେ ଡାଇଲିସିସ କେନ୍ଦ୍ର ଖୋଲିବା ପାଇଁ ଦାବି ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Apr 26, 2021, 1:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.