ETV Bharat / state

Nuakhai festival: ମାହେନ୍ଦ୍ର ବେଳାରେ ଲାଗି ହେବ ନବାନ୍ନ

author img

By

Published : Aug 19, 2022, 9:10 PM IST

ଆଜି ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ଚଳିତ ବର୍ଷର ନବାନ୍ନ ଲଗ୍ନ ନିର୍ଧାରଣ କରାଯାଇଛି। ପରମ୍ପରା ଅନୁଯାୟୀ ସହରର ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଣ୍ଣୟ କରିଛନ୍ତି। ଅଧିକ ପଢନ୍ତୁ

Nuakhai festival: ମାହେନ୍ଦ୍ର ବେଳାରେ ଲାଗି ହେବ ନବାନ୍ନ
Nuakhai festival: ମାହେନ୍ଦ୍ର ବେଳାରେ ଲାଗି ହେବ ନବାନ୍ନ

ସୁବର୍ଣ୍ଣପୁର: ଆଜି ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ଚଳିତ ବର୍ଷର ନବାନ୍ନ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ପରମ୍ପରା ଅନୁଯାୟୀ ସହରର ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଣ୍ଣୟ କରିଛନ୍ତି। ସଦର ପୌର ପରିଷଦ ପକ୍ଷରୁ ଗଡଜାତର ସମସ୍ତ ପଣ୍ଡିତ ,ଦେବାଦେବୀଙ୍କ ସେବାୟତ ,ଗଣମାଧ୍ୟମ ପ୍ରତିନିଧି ତଥା ସହରର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଶ୍ରୀବଡ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ଆଦ୍ୟ ଅକ୍ଷର ସ ବର୍ଣ୍ଣ ଓ ଦେବୀ ମା ସୁରେଶ୍ୱରୀଙ୍କ ନାମରେ ମାହେନ୍ଦ୍ର ବେଳା ନିର୍ଣ୍ଣୟ କରି ଲଗ୍ନ ସ୍ଥିର କରାଯାଇଛି।

ଲଗ୍ନ ଅନୁସାରେ ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ଗୁରୁବାର , ଇଂରାଜୀ ମାସ 1 ସେପ୍ଟେମ୍ବର 2022 , ସ୍ୱାତୀ ନକ୍ଷତ୍ର , ତୁଳା ରାଶି ମାହେନ୍ଦ୍ର ବେଳା ସକାଳ 10 ଘଣ୍ଟା 7 ମିନିଟରୁ 10 ଘଣ୍ଟା 21 ମିନିଟ ମଧ୍ୟେ ମୀନ ନବାଂଶେ ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବା ପାଇଁ ଲଗ୍ନ ସ୍ଥିର କରାଯାଇଛି ।

ସେହିପରି ସକାଳ 8 ଘଣ୍ଟା 20 ମିନିଟରୁ 9 ଘଣ୍ଟା 20 ମିନିଟ ମଧ୍ୟରେ ଦେବୀ ମା ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ପାହୁର ଯିବା ପାଇଁ ପଣ୍ଡିତ ମହାସଭା ଆଜି ଲଗ୍ନ ନିର୍ଧାରଣ କରିଛନ୍ତି। ଲଗ୍ନ ପତ୍ର ଶ୍ରୀବଡ ଜଗନ୍ନାଥଙ୍କ ଠାରେ ଅର୍ପଣ କରିବା ସହିତ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣେଇ ଦିଆଯାଇଛି।

ସେହିଭଳି ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କୁ ଏହି ଲଗ୍ନରେ ନବାନ୍ନ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ ଲଗାତର ଦୁଇ ବର୍ଷ ହେଲା କୋଶଳାଞ୍ଚଳ ପାଇଁ ପାତାଳୀ ଶ୍ରୀକ୍ଷେତ୍ର କମିଟି ପକ୍ଷରୁ ଲଗ୍ନ ନିର୍ଣ୍ଣୟ କରାଯାଉଛି। ଯେଉଁ ଲଗ୍ନରେ ଶ୍ରୀ ଜଗନ୍ନାଥଙ୍କ ଠାରେ ନବାନ୍ନ ଅର୍ପଣ କରାଯିବା ପରେ ଉଲୁଣ୍ଡା ଅଞ୍ଚଳର ଜନସାଧାରଣଙ୍କ ସମେତ ଇଷ୍ଟ ଦେବ ଭାବେ ଶ୍ରୀ ଜଗନ୍ନାଥଙ୍କୁ ଗ୍ରହଣ କରିଥିବା ଜନସାଧାରଣ ନବାନ୍ନ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.