ETV Bharat / state

ଉତ୍କଟ ପାନୀୟ ଜଳ ସମସ୍ୟା, ପୋଖରୀ ପାଣି ପିଉଛନ୍ତି ଗ୍ରାମବାସୀ - subarnpur district administration

ସୁବର୍ଣ୍ଣପୁର ଜିଲ୍ଲାରେ ପିଇବା ପାଣି ସମସ୍ୟା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ହେଉନି ସମସ୍ୟାର ସମାଧାନ । ଅଧିକ ପଢନ୍ତୁ ...

ଉତ୍କଟ ପାନୀୟ ଜଳ ସମସ୍ୟା, ପୋଖରୀ ପାଣି ପିଉଛନ୍ତି ଗ୍ରାମବାସୀ

author img

By

Published : May 11, 2021, 8:37 PM IST

ସୁବର୍ଣ୍ଣପୁର : ପିଇବା ପାଣି ପ୍ରକଳ୍ପ ଅଛି ହେଲେ ପାଣି ଟୋପେ ପାଇଁ ଡହକ ବିକଳ ଗ୍ରାମବାସୀ । ନଳକୂଅ ଅଛି ହେଲେ ପିଇବା ଯୋଗ୍ୟ ପାଣି ବାହାରୁନାହିଁ । ଫଳରେ ପୋଖରୀର ମଇଳା ପାଣି ପିଇବାକୁ ବାଧ୍ୟ ହୋଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ । ଏପରି ଏକ ଅବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ।

ଉତ୍କଟ ପାନୀୟ ଜଳ ସମସ୍ୟା, ପୋଖରୀ ପାଣି ପିଉଛନ୍ତି ଗ୍ରାମବାସୀ

ପୋଖରୀ ଭିତରେ ତିଆରି ହୋଇଛି ପାନୀୟ ଜଳ ପ୍ରକଳ୍ପ । ଗାଁ ସାରା ପାଇପ ମଧ୍ୟ ବିଛା ହୋଇଛି । କିନ୍ତୁ ଷ୍ଟାଣ୍ଡପୋଷ୍ଟ ସବୁ ବ୍ୟବହାର ନ ହୋଇ ଭାଙ୍ଗିବାକୁ ବସିଲାଣି । କେବଳ ଗୋଟିଏ ପ୍ରକଳ୍ପ ନୁହେଁ , ନିକଟରେ ଥିବା ସୁରୁବାଲି ଯୋରରୁ ମଧ୍ୟ ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି । ହେଲେ ସଂଗ୍ରାମପୁର ଗାଁ ଲୋକଙ୍କ ପାଇଁ ସବୁକିଛି ଫେଲ ମାରିଛି । ଗାଁରେ ପ୍ରାୟ ୧୫ଶହ ଲୋକ ବସବାସ କରୁଥିବାବେଳେ ପିଇବା ପାଣି ଟୋପେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପୋଖରୀ ହୁଡାରେ ଥିବା ନଳକୂପରୁ ମଧ୍ୟ ପିଇବା ଯୋଗ୍ୟ ପାଣି ବାହାରୁ ନ ଥିବାବେଳେ ଗାଁରେ ଗୋଟିଏ ବି ନଳକୁପ ନାହିଁ । ଏନେଇ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ । ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି 5 ବର୍ଷ ତଳେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ତାହା ବିଫଳ ହେବା ପରେ ପୁଣି ସୁରୁବାଲି ଯୋରରେ ଥିବା ପ୍ରକଳ୍ପକୁ ସଂପ୍ରସାରଣ କରାଗଲା । ହେଲେ ତାହା ସୁଫଳ ଦେବା ପରିବର୍ତ୍ତେ ଫେଲ ମାରିଥିବା ଅଭିଯୋଗ ହୋଇଛି । ଦିର୍ଘ ୪ ବର୍ଷ ହେବା ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଥିବା କହିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି । ଅପରପକ୍ଷେ ଯାହା ଅଭିଯୋଗ ଆସୁଛି ତାହାର ସମାଧାନ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.