ETV Bharat / state

ଗୁଳି ଫୁଟାଇ ଖୁସି ମନାଇଲେ ନବ ନିର୍ବାଚିତ BJD କାଉନସିଲର !

author img

By

Published : Mar 26, 2022, 4:01 PM IST

Updated : Mar 26, 2022, 4:22 PM IST

ଗୁଳି ଚାଳନା କରି ବିଜୟ ଖୁସି ମନାଇଲେ ବିଜେଡି କାଉନସିଲର । SP ଙ୍କ ନିକଟରେ ଦ୍ବାରସ୍ଥ ହେଲେ ବିରୋଧୀ । ଅଧିକ ପଢନ୍ତୁ

ଗୁଳି ଫୁଟାଇ ଖୁସି ମନାଇଲେ ନବ ନିର୍ବାଚିତ BJD କାଉନସିଲର

ସୁବର୍ଣ୍ଣପୁର: ଗୁଳି ଚାଳନା କରି ବିଜୟ ଖୁସି ମନାଇଲେ ବିଜେଡି କାଉନସିଲର । ଆଜି(ଶନିବାର) ପୌର ପରିଷଦ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଜଣେ ବିଜେଡି କାଉନସିଲର ବ୍ଲାଙ୍କ ଫାୟାରିଂ କରିଥିବା ଜଣାପଡିଛି । ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ତଥା ନବ ନିର୍ବାଚିତ ବିଜେଡି କାଉନସିଲର କଇଁରୁ ସ୍ୱାଇଁ ଏପରି ଖୁସି ମନାଇଥିବା ଜଣାପଡିଛି ।

ଗୁଳି ଫୁଟାଇ ଖୁସି ମନାଇଲେ ନବ ନିର୍ବାଚିତ BJD କାଉନସିଲର, ଭିଡିଓ ଭାଇରଲ

କଇଁରୁ ସ୍ବାଇଁ ବିଜୟୀ ହେବା ପରେ ସମର୍ଥକଙ୍କ ସହ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ । ସମର୍ଥକଙ୍କ ଜୟଗାନ ମଧ୍ୟରେ ସେ ନିଜେ ବନ୍ଧୁକ ଧରି ବ୍ଲାଙ୍କ ଫାୟାରିଂ କରିଛନ୍ତି । ତାଙ୍କ ବାସଭବନରୁ ସମର୍ଥକଙ୍କ ଗହଣରେ ନିଜ ସାହି ପରିକ୍ରମା ପାଇଁ ବାହାରିଥିଲେ । ତେବେ ଖୁବ କଡା ମୁକାବିଲାରେ ବିଜୟୀ ଘୋଷଣା ହେବା ପରେ ତାଙ୍କ ଘରେ ଓ ସମର୍ଥକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

ତେବେ ନିଜେ ବରିଷ୍ଠ ବିଜେଡି ସଭ୍ୟ ତଥା ନବ ନିର୍ବାଚିତ କାଉନସିଲର କଇଁରୁ ସ୍ୱାଇଁ ଖୁସି ମନାଇବାକୁ ଯାଇ ଫାଙ୍କା ଗୁଳିଚାଳନା କରିଛନ୍ତି । ବିପକ୍ଷ ଦଳୀୟ ଲୋକେ କଇଁରୁଙ୍କ ଏପରି ଆଚରଣ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 26, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.