ସୁବର୍ଣ୍ଣପୁର: କଠୋର ହେଲା ମା'ର ମମତା । ନିଜ ଦୁଇ ମାସର ଶିଶୁକନ୍ୟାକୁ କୀଟନାଶକ ଦେଇ ମୃତ୍ୟୁମୁଖକୁ ଠେଲି ଦେଲା ମା’। ଶିଶୁକନ୍ୟାକୁ ବିଷ ଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତେତେଲଖୁଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ଘଟଣା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ତେତେଲଖୁଲ ଗାଁର କୁନ୍ତି କମ୍ପ ଗତକାଲି କୌଣସି ଏକ କାରଣରୁ ଶିଶୁକନ୍ୟାକୁ ନେଇ ପୁଇଁତଲା ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଥିବା ଶାଶୁଘରୁ ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ । ବାପଘରକୁ ଆସିବା ପରେ ଶିଶୁକନ୍ୟାକୁ କୀଟନାଶକ ଦେବା ସହିତ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିଲେ । ତେବେ ପରିବାର ଲୋକେ ଏହି ଘଟଣା ଜାଣିବା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ଶିଶୁଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ମା’ର ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଅଛି। ଏହି ଘଟଣାରେ ସଦର ଟାଉନ ଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ତଦନ୍ତ ଜାରି ରଖିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ